ଭୁବନେଶ୍ୱର, ୨୩/୦୮: ଲମ୍ବା ସମୟ ଧରି ଚାଲିଥିବା ବିଭିନ୍ନ ମାମଲାର  ମଧ୍ୟସ୍ଥତା ଜରିଆରେ ସମାଧାନ  ପାଇଁ କେନ୍ଦ୍ର ସରକାର ୨୦୨୩ରେ  ସ୍ୱତନ୍ତ୍ର ମଧ୍ୟସ୍ଥତା ଆଇନ ଆଣିଥିଲେ ।  ଏହାକୁ ସ୍ମରଣୀୟ କରିବା ନେଇ  ପ୍ରଥମ ମେଡିଏସନ କନଫରେନ୍ସ  ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।  ଦ୍ୱିତୀୟ ମେଡିଏସନ କନଫରେନ୍ସ  ଆସନ୍ତା ସେପ୍ଟେମ୍ବର ୨୮ରେ  ଓଡ଼ିଶାରେ ଅନୁଷ୍ଠିତ ହେବ  ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଏହାକୁ  ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।  ସଚିବସ୍ତରୀୟ ବୈଠକ ବି ହୋଇଛି । ଏହି ସମ୍ମିଳନୀରେ ଦେଶର ସମସ୍ତ  ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବରିଷ୍ଠ  ବିଚାରପତି ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ  ଅନୁଷ୍ଠିତ କନଫରେନ୍ସରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦାନ କରିଥିଲେ । ତେଣୁ ଓଡ଼ିଶାରେ ହେବାକୁ ଥିବା ଏହି କନଫରେନ୍ସରେ ରାଷ୍ଟ୍ରପତି ଯୋଗ ଦେବା  ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ  ହରିଚନ୍ଦନ କହିଛନ୍ତି ।