ଭୁବନେଶ୍ୱର, ୨୩/୦୮: ଲମ୍ବା ସମୟ ଧରି ଚାଲିଥିବା ବିଭିନ୍ନ ମାମଲାର ମଧ୍ୟସ୍ଥତା ଜରିଆରେ ସମାଧାନ ପାଇଁ କେନ୍ଦ୍ର ସରକାର ୨୦୨୩ରେ ସ୍ୱତନ୍ତ୍ର ମଧ୍ୟସ୍ଥତା ଆଇନ ଆଣିଥିଲେ । ଏହାକୁ ସ୍ମରଣୀୟ କରିବା ନେଇ ପ୍ରଥମ ମେଡିଏସନ କନଫରେନ୍ସ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ମେଡିଏସନ କନଫରେନ୍ସ ଆସନ୍ତା ସେପ୍ଟେମ୍ବର ୨୮ରେ ଓଡ଼ିଶାରେ ଅନୁଷ୍ଠିତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ସଚିବସ୍ତରୀୟ ବୈଠକ ବି ହୋଇଛି । ଏହି ସମ୍ମିଳନୀରେ ଦେଶର ସମସ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବରିଷ୍ଠ ବିଚାରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ଅନୁଷ୍ଠିତ କନଫରେନ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦାନ କରିଥିଲେ । ତେଣୁ ଓଡ଼ିଶାରେ ହେବାକୁ ଥିବା ଏହି କନଫରେନ୍ସରେ ରାଷ୍ଟ୍ରପତି ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଅଖିଳେଶ ଯାଦବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ...