ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପ୍ରିଜାଡିଙ୍ଗ୍ ଅଧିକାରୀଙ୍କ ଅନୁପସ୍ଥିତି, ସ୍ଥଗିତ ରହିଲା ଅନାସ୍ଥା ପ୍ରସ୍ତାବ ବୈଠକ

Published By : Swapna Ray | November 1, 2024 3:40 PM

କେସିଙ୍ଗା,୧।୧୧: କଳାହାଣ୍ଡି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ତାରିଖ ଧାର୍ଯ୍ୟ ହେଲା । ହେଲେ ନିର୍ବାଚନ ଅଧିକାରୀ ଏହି ସମୟରେ ଉପସ୍ଥିତ ନଥିଲେ । ଅନାସ୍ଥା ଆଣିଥିବା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ସହ ତାଙ୍କର ୩୫ ଜଣ ସମର୍ଥକ ବ୍ଲକ ପରିସରରେ ଠିକଣା ସମୟରେ ପହଞ୍ଚିଥିଲେ । 

ନୋଟିସ୍ ଅନୁଯାୟୀ, ବୈଠକ ସମୟ ୧୧ଟା ଥିବାବେଳେ କୋରମ୍ ହେଲେ ୧୨ଟା ୩୦ରେ ଭୋଟ୍ ହେବ ବୋଲି ଧାର୍ଯ୍ୟ କରିଥିଲେ । ହେଲେ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ପାଇଁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ହୋଇଥିବା ଭବାନୀପାଟଣା ଅତିରିକ୍ତ ଉପଜିଲ୍ଲାପାଳ ଜୟଦେବ ଦାସଙ୍କ ଅନୁପସ୍ଥିତି ଯୋଗୁଁ ଅନାସ୍ଥା ପ୍ରସ୍ତାବ ବୈଠକ ହୋଇନପାରି ସ୍ଥଗିତ କରାଯାଇଛି । ଅପରପକ୍ଷରେ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସମର୍ଥକ ବି ବୈଠକକୁ ଆସିନଥିଲେ । ଗେମ୍ ଚେଞ୍ଜର ହୋଇ ପଡ଼ିଥିବା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା କେଶରୀ ଦେଓ ମଧ୍ୟ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନୁପସ୍ଥିତ ରହିଲେ । ଅନାସ୍ଥା ପ୍ରସ୍ତାବରେ ମଙ୍ଗ ଧରିଥିବା ନର୍ଲା ବିଧାୟକ ମନୋରମା ମହାନ୍ତି ଖୋଦ୍ ଏହି ଅନାସ୍ଥା ପାଇଁ ବ୍ଲକ କାର୍ଯ୍ୟାଳୟରେ ବସିଥିଲେ ବି କେଉଁ ଅଧିକାରୀ ଆସିନଥିଲେ । ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହୋଇ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନେ ନିରାଶ ହୋଇଥିଲେ । ଏବେ ୬ ଗୋଟି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାରୁ ଆଗକୁ କିଛି ବି ହୋଇପାରେ । ଅନାସ୍ଥା ହେବ କି ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ପରେ ନିର୍ବାଚନ ଅଧିକାରୀଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ହସ୍ପିଟାଲରେ ଥିବାରୁ ସେ ଉପସ୍ଥିତ ନ ଥିବା ମାଜିଷ୍ଟ୍ରେଟ୍ ଦାଇତ୍ୱରେ ଥିବା କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ପ୍ରକାଶ କରିଛନ୍ତି ।


 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.