ନୂଆଦିଲ୍ଲୀ,୧୮/୦୮: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଆଲାସ୍କାରେ ଏକ ବୈଠକ ହୋଇଥିଲା । ମିଟିଂର ଉଦ୍ଦେଶ୍ୟ ଥିଲା ଋଷ-ୟୁକ୍ରେନ୍‌ ଯୁଦ୍ଧ ସମାପ୍ତ କରିବାକୁ ସମାଧାନ ବାଟ ବାହାର କରିବା । ଯଦିଓ ବୈଠକରେ କୌଣସି ଠୋସ୍‌ ନିଷ୍କର୍ସ ବାହାରିନଥିଲା କିନ୍ତୁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯାହା ଶୀଘ୍ର ଶାନ୍ତିର ବାଟ ଫିଟାଇବ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଟ୍ରମ୍ପ ନିଜ ସହିତ ଏକ ଚିଠି ଆଣି ପହଞ୍ଚିଥିଲେ । ଏହାକୁ ପୁଟନ୍‌ଙ୍କୁ ଦେଇଥିଲେ । ଚିଠିକୁ ଭ୍ଲାଦିମିର ପୁଟିନ୍‌ଙ୍କୁ ଲେଖିଥିଲେ ଆମେରିକା ଫାଷ୍ଟ ଲେଡି ମେଲେନିୟା ଟ୍ରମ୍ପ । 

ଏହି 'ଶାନ୍ତି ପତ୍ର'କୁ ନିଜ ହାତରେ ପୁଟିନ୍‌ଙ୍କୁ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ସେଥିରେ ଲେଖାଅଛି, ସବୁ ଶିଶୁ ଏକ ସ୍ୱପ୍ନ ନେଇ ଜନ୍ମ ହୁଅନ୍ତି । ଛୋଟ ଗାଁର ହୁଅନ୍ତୁ ବା କୌଣସି ବଡ଼ ସହରରେ ସମସ୍ତେ ସ୍ୱପ୍ନ ଦେଖନ୍ତି । ସେମାନେ ପ୍ରେମ, ସମ୍ଭାବନା ଓ ବିପଦରୁ ସୁରକ୍ଷା ପାଇବାକୁ ସ୍ୱପ୍ନ ଦେଖନ୍ତି । ବାପାମାଆ ହେବା ଦୃଷ୍ଟିରୁ ଆମର ଦାୟିତ୍ୱ ଆଗାମୀ ପୀଢିରୁ ସଜାଡିବା ଏବଂ ନେତା ଭାବରେ ଏ ଦାୟିତ୍ୱ ଆହୁରି ବଡ଼ । ଆମକୁ ପୁରା ମାନବାତା ପାଇଁ ଏମିତି ସଂସାର ବନାଇବାକୁ ପଡିବ, ଯେଉଁଠି ଆତ୍ମା ଶାନ୍ତିର ସହ ବଞ୍ଚୁ ଓ ଭବିଷ୍ୟତ  ସୁନିଶ୍ଚିତ ହେଉ ।  ସମୟ ଆସିଛି ତୁମେ ହିଁ ଚାହିଁଲେ ସେ ପିଲାଙ୍କ ମାନଙ୍କ ହସ ଫେରାଇ ପାରିବ । ''



ଅଧିକ ପଢନ୍ତୁ...ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ଶାନ୍ତିବାର୍ତ୍ତା ପାଇଁ ସର୍ତ୍ତ ରଖିଲେ ଜେଲେନସ୍କି; ୟୁଏନ୍‌ ନେତା କଲେ ସମର୍ଥନ, ଜାଣନ୍ତୁ କଣ କହିଲେ ଟ୍ରମ୍ପ ?

ଚିଠିରେ ଆହୁରି ଲେଖାଅଛି,'' ଆଜିର ଦୁନିଆର ଅନେକ ଶିଶୁ ବାଧ୍ୟ ହୋଇ ସେମାନଙ୍କ ହସକୁ ଚାପି ବଞ୍ଚୁଛନ୍ତି । ତୁମେ ଚାହିଁଲେ ଏକା ହିଁ ସେମାନଙ୍କ ହସକୁ ଫେରାଇ ପାରିବ । ତୁମ ପାଖରେ ସେ ଶକ୍ତି ଅଛି । ଯଦି ତୁମେ ଏହି ନୀରିହ  ପିଲାଙ୍କୁ ରକ୍ଷା କରିବ, ତେବେ ତୁମେ କେବଳ ଋଷ ନୁହେଁ ବରଂ ପୁରା ମାନବତାର ସେବା କରିବେ । ଏପରି ବିଚାର ସବୁ ବିଭାଜନରୁ ଉପରେ । ମିଷ୍ଟର ପୁଟିନ୍‌ ତୁମ ପାଖରେ ଏହାକୁ ଆଜି ହିଁ ଲାଗୁ କରିବାର ଶକ୍ତି ରହିଛି । ସମୟ ଆସିଛି ।...