ନୂଆଦିଲ୍ଲୀ,୧୬/୧୧: ଆସନ୍ତା ଜାନୁଆରୀ ପହିଲାରୁ ମହଙ୍ଗା ହେବ ମର୍ସିଡିଜ୍ କାର । ଜର୍ମାନିଭିତ୍ତିକ ଲକ୍ଜ୍ୟୁରୀ କାର ନିର୍ମାତା ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ, କମ୍ପାନି ଏହାର ପୋର୍ଟଫୋଲିଓରେ ଥିବା ସବୁ ମଡେଲ ରେଞ୍ଜ୍ରେ ୩% ପର୍ଯ୍ୟନ୍ତ ଦର ବଢ଼ାଇବ । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ମୁଦ୍ରାସ୍ଫୀତିଜନିତ ଚାପ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧି ଆଦି କେତେକ କାରଣ ଯୋଗୁ କମ୍ପାନି ଏହାର ମଡେଲଗୁଡ଼ିକ ଦରକୁ ସଂଶୋଧିତ କରିବ । ୨ରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହେବ ବୋଲି ଏହା ସୂଚନା ଦେଇଛି । ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ, ମୁଦ୍ରାସ୍ଫୀତି ଏବଂ ଉଚ୍ଚ ପରିଚାଳନାଗତ ବ୍ୟୟ ଯୋଗୁ କମ୍ପାନିର ଭାରତ କାରବାର ଚାପଗ୍ରସ୍ତ ରହିଛି ।