ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏପ୍ରିଲରୁ ସିଧାସଳଖ ଗତି କରିବେ ବୁଧ, ବଦଳିବ ଏହି ୩ ରାଶିର ଭାଗ୍ୟ

Published By : Harapriya Sethi | March 8, 2025 7:35 AM

ବୈଦିକ ଜ୍ୟୋତିଷ ଅନୁସାରେ, ସମସ୍ତ ଗ୍ରହଙ୍କ ମଧ୍ୟରେ ବୁଧ ଗ୍ରହ ସବୁଠାରୁ ସୁନ୍ଦର। ସେଥିପାଇଁ ତାଙ୍କୁ ଗ୍ରହ ମାନଙ୍କ ମଧ୍ୟରେ ରାଜକୁମାର ମାନ୍ୟତା ଦିଆଯାଇଛି । କନ୍ୟା ଏବଂ ମିଥୁନ ରାଶିର କର୍ତ୍ତା ହେବା ବ୍ୟତୀତ ବୁଧ ଗ୍ରହ ବାଣୀ, ଏକାଗ୍ରତା, ବୁଦ୍ଧିମତା, ତ୍ୱଚା, ସୌନ୍ଦର୍ଯ୍ୟ, ସୁଗନ୍ଧ, ସାମାଜିକ ଜୀବନ, ଗଣିତ, ତର୍କ, ବ୍ୟବସାୟ, ବନ୍ଧୁତା ଇତ୍ୟାଦିର କାରକ ମଧ୍ୟ ଅଟନ୍ତି । ବୁଧ ଗ୍ରହ ନିଜର ଗତି କରି କେତେବେଳେ ସିଧାସଳଖ ଗତି କରିଥାନ୍ତି ତ ଆଉ କେତେବେଳେ ବକ୍ର ଚଳନ  କରିଥାନ୍ତି ।

ବର୍ତ୍ତମାନ ମୀନ ରାଶିରେ ବକ୍ର ଚଳନ କରୁଛନ୍ତି ବୁଧ । ଏପ୍ରିଲ ୭ ତାରିଖରେ ଏହା ସିଧାସଳଖ ଏହି ରାଶିରେ ଗତି କରିବ। ବୁଧ ଗ୍ରହ ସିଧାସଳଖ ଗତି କରିବା ସମୟରେ ଅନେକ ରାଶିର ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବ । ସେହିପରି କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା ବୁଧ ମାର୍ଗୀ ହେବା ବା ସିଧାସଳଖ ଚାଲିବା ଦ୍ୱାରା କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କେଉଁସବୁ ପରିବର୍ତ୍ତନ ଆସିବ, ଆସନ୍ତୁ ଜାଣିବା ।

ଧନୁ ରାଶି-

ବୁଧଙ୍କ ସିଧାସଳଖ ଗତି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ସଫଳତାର ପ୍ରବଳ ସମ୍ଭାବନା ରହିବ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ଅପେକ୍ଷାର ଅନ୍ତ ହୋଇପାରେ । ଜୀବନରେ ସୁଖର ଆଗମନ ହେବ। ଧନ ଏବଂ ସମୃଦ୍ଧିରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି । ଆପଣ ନୂତନ ଘର, ଯାନବାହାନ ଏବଂ ସମ୍ପତ୍ତି କ୍ରୟ କରିପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ ।

କର୍କଟ ରାଶି-

କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ସିଧାସଳଖ ଗତି ମଧ୍ୟ ଅନୁକୂଳ ହେବ । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢିବ । ଯଦି ଆପଣ କୌଣସି ନୂତନ କାମ ଆରମ୍ଭ କରିବା ଭାବୁଛନ୍ତି, ତେବେ ଏହି ସମୟ ଶୁଭ ପ୍ରମାଣିତ ହେବ । ଏହି ସମୟରେ ଛାତ୍ରମାନେ ମଧ୍ୟ ଲାଭବାନ ହେବେ । ସେମାନଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିପାରେ । ବିଦେଶ ଯାତ୍ରାର ସମ୍ଭାବନା ରହିଛି । ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ । 

ମିଥୁନ ରାଶି-

ବୁଧଙ୍କ ଏହି ଗତି ମିଥୁନ ରାଶିର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ । କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଦରମାରେ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେବେ । ବ୍ୟବସାୟରେ ଅଧିକ ଲାଭ ହେବ । ଏହି ସମୟ ପୁଞ୍ଜି ନିବେଶ ପାଇଁ ମଧ୍ୟ ଶୁଭ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.