ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

‘ଆଇ ଲଭ୍‌ ୟୁ’ କହିବା ଯୌନ ନିର୍ଯାତନା ନୁହେଁ: ବମ୍ବେ ହାଇକୋର୍ଟ

Published By : Prameya | July 2, 2025 9:54 AM

ମୁମ୍ବାଇ,୦୨/୦୭:  ‘ଆଇ ଲଭ୍‌ ୟୁ’  କହିବା କେବଳ ଭାବନାର ଅଭିବ୍ୟକ୍ତି ।  ଏହା ଯୌନ ନିର୍ଯାତନା ଉଦ୍ଦେଶ୍ୟ ଶ୍ରେଣୀରେ  ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ କହିଛନ୍ତି । ଏଥିସହ ୨୦୧୫ର ଏକ ପୋକ୍ସୋ ମାମଲାରେ ଜଣେ  ୩୫ ବର୍ଷୀୟ ଯୁବକଙ୍କୁ ଜଷ୍ଟିସ୍‌ ଉର୍ମିଳା ଯୋଶୀ ଫାଲକେଙ୍କ ଖଣ୍ଡପୀଠ ଦୋଷମୁକ୍ତ କରିଛନ୍ତି ।

ଜଷ୍ଟିସ୍‌ ଯୋଶୀ କହିଛନ୍ତି,  ମାମଲାରୁ ଜଣାପଡ଼ୁଛି ଯେ ଏପରି କୌଣସି ପରିସ୍ଥିତି ନ ଥିଲା ଯେଉଁଠି ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିବା ଥିଲା । ଏଥିସହ ଯୌନ ଉତ୍ପୀଡ଼ନ ଉଦ୍ଦେଶ୍ୟ ରଖି ଅଭିଯୁକ୍ତ ‘ଆଇ ଲଭ୍‌ ୟୁ’ କହିଥିବାର ମଧ୍ୟ ପ୍ରମାଣ ନାହିଁ। ତେଣୁ କେବଳ ଆଇ ଲଭ୍‌ ୟୁ କହିବାକୁ ଯୌନ ନିର୍ଯାତନା ମାମଲା ଭାବେ  ଗ୍ରହଣ କରାଯାଇପାରିବନି । 

୨୦୧୭ରେ  ନାଗପୁରର ଏକ ସେସନ୍ସ କୋର୍ଟ ସମ୍ପୃକ୍ତ  ବ୍ୟକ୍ତିଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ୍‌  ଦଣ୍ଡାଦେଶ ଶୁଣାଇଥିଲେ । ଅଭିଯୁକ୍ତ ଜଣକ ନାଗପୁରରେ ଜଣେ ୧୭ ବର୍ଷୀୟା ସ୍କୁଲ ଫେରନ୍ତା ବାଳିକାଙ୍କ ହାତ ଧରି ତାଙ୍କ  ନାଁ ପଚାରିବା ସହ ‘ଆଇ ଲଭ୍‌ ୟୁ’  କହିଥିଲେ । ଏ ନେଇ ନାବାଳିକା ଜଣକ ତାଙ୍କ ଘରେ ଜଣାଇବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.