ନୂଆଦିଲ୍ଲୀ : ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯିବ ଆଇପିଏଲର ଦୁଇ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମ୍ୟାଚ୍ । ୫ଥର ଲେଖାଏଁ ଚାମ୍ପିୟନ ହୋଇଥିବା ଉଭୟ ଦଳ ଚଳିତ ବର୍ଷ ପଏଣ୍ଟ ଟେବୁଲରେ ଉପରକୁ ଉଠିବା ପାଇଁ ପ୍ରୟାସ କରୁଥିବାବେଳେ ଆଜି ହେବ କଡା ଟକ୍କର । ତେବେ ବିପକ୍ଷ ଦଳରେ ଖେଳୁଛନ୍ତି ଚହର ବ୍ରଦର୍ସ । ଦୀପକ ଚହର ମୁମ୍ବାଇ ପକ୍ଷରୁ ଖେଳୁଥିବାବେଳେ ରାହୁଲ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି । ତେବେ ଦୁଇ ଭାଇଙ୍କ ମଧ୍ୟରୁ କାହାକୁ ସପୋର୍ଟ କରିବେ ଭଉଣୀ ମାଳତୀ ? ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏ ସମ୍ପର୍କରେ ଜଣାଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Malti Chahar (@maltichahar)

ଇନଷ୍ଟାଗ୍ରାମରେ ମାଳତୀ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦୁଇ ଭାଇ ଉଭୟ ପାଖରେ ରଖିଛନ୍ତି । ଏହାସହ ଲେଖିଛନ୍ତି କି, ଏହା ଏକ ବଡ଼ ଦିନ । ଏହାସହ ମଜାରେ ଲେଖିଛନ୍ତି କି, ତୁମେ ଦୁହେଁ ବେଞ୍ଚରେ ବସୁନ କାହିଁକି ? ମୁଁ ସବୁବେଳେ ତୁମ ଦୁହିଁଙ୍କୁ ଉତ୍ସାହିତ କରିବି ।

ସେପଟେ ଦୁଇ ଭାଇ ଚଳିତ ବର୍ଷ ଆଇପିଏଲ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଏହାସହ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିନାହିଁ । ଦୀପକ ଚହର ମୁମ୍ବାଇ ପକ୍ଷରୁ ୩ ମ୍ୟାଚ ଖେଳିବାର ସୁଯୋଗ ପାଇଥିବାବେଳେ ମାତ୍ର ୬ ରନ କରିଥିବାବେଳେ ଗୋଟିଏ ଓ୍ବିକେଟ ନେଇଛନ୍ତି । ସେପଟେ ରାହୁଲ ମାତ୍ର ଗୋଟିଏ ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇଥିବାବେଳେ ୪୬ ରନ୍ ଦେଇଥିଲେ କିନ୍ତୁ ଗୋଟିଏ ମଧ୍ୟ ଓ୍ବିକେଟ୍ ନେଇପାରିନାହାନ୍ତି ।

ସେପଟେ ମ୍ୟାଚ୍ ପୂର୍ବରୁ ଦୀପକ ଚହରଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୀପକ ଚହର ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ସିଏସକେର ଷ୍ଟାର ଖେଳାଳି ମହେନ୍ଦ୍ରସିଂହ ଧୋନୀଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ମଜାଳିଆ କମେଣ୍ଟମାନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : MI VS CSK: ୨୧ ମ୍ୟାଚ୍‌ରେ ପରାସ୍ତ...୨ ବର୍ଷରେ ଚାମ୍ପିଅନ ମୁମ୍ବାଇ-ଚେନ୍ନାଇ ହାଲ୍‌ ବେହାଲ