ଲାହୋର, ୨୪/୦୪:  ପିଏସଏଲ ବା ପାକିସ୍ତାନ ସୁପର ଲିଗରେ ଭୟଙ୍କର ମାଡ଼ । ମହଙ୍ଗା ସାବ୍ୟସ୍ତ ହେଲେ ପାକିସ୍ତାନ ଷ୍ଟାର ବୋଲର । ଶାହିନ୍ ଆଫ୍ରିଦ୍ ଓ ହାରିସ୍ ରୌଫଙ୍କ ଉପରେ ରନ୍ ବର୍ଷା । ପିଏସଲରେ ୩୫ତମ ମ୍ୟାଚ୍‌ରେ ଲାହୋର ଖେଳାଯାଉଥିଲା । ଏହି ମ୍ୟାଚ ଲହୋର କଲନ୍ଦର୍ସ ଓ କରାଚି କିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ। ଶାହିନ୍ ଓ ରୌଫ ଲାହୋର ଦଳର ଅଂଶ ଥିଲେ। କରାଚିକୁ ଜିତିବା ପାଇଁ ଶେଷ ୩ ଓଭରରେ ୩୪ ରନ ଦରକାର ଥିଲା ଏବଂ ୫ଟି ୱିକେଟ୍‌ ମଧ୍ୟ ପଡ଼ିଯାଇଥିଲା। ତଥାପି ଦଳ ୮ଟି ବଲ୍‌ ବାକି ଥିବାବେଳେ ମ୍ୟାଚ୍‌ ଜିତି ନେଇଛି ।

ଖୁଶଦିଲ୍ ଶାହଙ୍କ ୫ ଛକା:

ଲାହୋର ପାଇଁ ୧୮ତମ ଓଭର ନେଇ ଆସିଥିଲେ ଶାହିନ୍ ଆଫ୍ରିଦି । ଖୁଶଦିଲ୍ ଶାହ ପ୍ରଥମ ବଲ୍‌ରେ ଛକା ମାରିଥିଲେ। ଦ୍ୱିତୀୟ ବଲ୍‌ ଡଟ୍ ଯାଇଥିଲା । ତୃତୀୟ ବଲ୍‌ ୟର୍କର ଲେନ୍ଥ ଥିଲେ । ହେଲେ ତାକୁ ମଧ୍ୟ ଚାରି ରନ୍  ମାରିଥିଲେ। ଏହା ପରେ ଶାହିନଙ୍କ ଉପରେ ଲଗାତାର ଦୁଇଟି ଛକା ପଡ଼ିଥିଲା । ଶେଷ ବଲ୍‌ରେ ଏକ ରନ ନେଇଥିଲେ ଖୁଶଦିଲ୍ ।  ତେବେ ସେହି ଓଭରରେ ଶାହିନ୍ ୨୩ ରନ ଦେଇଥିଲେ ଏବଂ ସମୁଦାୟ ସ୍ପେଲ୍‌ରେ ଭାୟଙ୍କର ଭାବେ ମହଙ୍ଗା ସାବ୍ୟସ୍ତ ହୋଇ ୫୧ ରନ୍ ଖର୍ଚ୍ଚ କରିଥିଲେ।

ରୌଫଙ୍କ ଓଭରରେ ମ୍ୟାଚ୍ ଶେଷ:

ସେହିପରି ୧୯ତମ ଓଭର ନେଇ ଆସିଥିଲେ ହାରିସ ରୌଫ। ତାଙ୍କର ପ୍ରଥମ ବଲ୍‌ ଡଟ୍ ଯାଇଥିଲା। ଦ୍ୱିତୀୟ ବଲ୍‌ରେ ଖୁଶଦିଲ୍ ୨ ରନ ନେଇଥିଲେ । ତା’ପରେ ଲଗାତାର ଦୁଇ ବଲ୍‌ରେ ଦୁଇଟି ଛକା ମାରି ମ୍ୟାଚକୁ ସମାପ୍ତ କରିଦେଇଥିଲେ ଖୁଶଦିଲ୍ ଶାହା । ସେ ୧୪ ବଲ୍‌ରେ ଅପରାଜିତ ୪୪ ରନ କରିଥିଲେ। ସେଥିରେ ୨ଟି ଚୌକା ଓ ୫ଟି ଛକା ରହିଛି ।

ପ୍ରଥମେ ବ୍ୟାଟିଂ କରି ଲାହୋର କଲନ୍ଦର୍ସ ୬ ୱିକେଟ୍‌ରେ ୧୯୯ ରନ କରିଥିଲା। ଅବ୍ଦୁଲ୍ଲା ଶଫିକ୍ ୩୬ ବଲ୍‌ରେ ୬୧ ରନ କରିଥିବାବେଳେ ଫଖର ଜମାନ୍ ୪୧ ବଲ୍‌ରେ ୬୧ ରନ କରିଥିଲେ। କରାଚି ପାଇଁ ମୋଇନ୍ ଅଲି ୨୬ ରନ ଦେଇ ୨ ୱିକେଟ୍‌ ନେଇଥିଲେ। ଜବାବରେ କରାଚି କିଙ୍ଗିସ୍ ୧୮.୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ତେବେ ଏହି ମ୍ୟାଚରେ ପାକିସ୍ତାନର ମୁହଁ ବୋଲା ଷ୍ଟାର ବୋଲଙ୍କୁ ଭୟଙ୍କର ଭାବେ ମାଡ଼ ହୋଇଛି । ଉଭଯ ଶାହିନ ଆଫ୍ରିଦ୍ ଏବଂ ହାରିସ୍ ରୌଫ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

ଅଧିକ ପଢନ୍ତୁ- MI vs CSK: ୧୦ ଚୌକା, ୬ ଛକା ସହ ୧୦୧ ରନ୍...ୱାଙ୍ଖଡେରେ ସଞ୍ଜୁ ଝଡ଼, ମୁମ୍ବାଇରେ ହାହାକାର