ମୁମ୍ବାଇ : ଆଇପିଏଲରେ ଓ୍ବେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ସୁନୀଲ ନାରାୟଣ ଏକ ରେକର୍ଡ ନିଜ ନାମରେ କରିଛନ୍ତି । କେକେଆର ପକ୍ଷରୁ ଖେଳୁଥିବା ନାରାୟଣ ଅନେକ ମ୍ୟାଚରେ ତାଙ୍କ ଦଳକୁ ବିଜୟୀ କରାଇଛନ୍ତି । କେବେ ବ୍ୟାଟିଂରେ ତ ଆଉ କେବେ ବୋଲିଂରେ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଛନ୍ତି । କିନ୍ତୁ ଏବେ ସେ ଏକ ନୂଆ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି । ବିଦେଶୀ ଖେଳାଳିଭାବେ ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି ।
ମୁମ୍ବାଇ ବିପକ୍ଷ ମ୍ୟାଚରେ ପ୍ଲେଇଂ ୧୧ରେ ସ୍ଥାନ ପାଇଥିବା ନାରାୟଣ ନିଜ କ୍ୟାରିୟରର ୧୯୦ତମ ମ୍ୟାଚ୍ ଖେଳୁଛନ୍ତି । ବିଦେଶୀ ଖେଳାଳିଭାବେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ ତାଙ୍କ ନାମରେ ହୋଇଛି । ପୂର୍ବରୁ ଏହି ରେକର୍ଡ କିରଣ ପୋଲାର୍ଡଙ୍କ ନାମରେ ରହିଥିଲା । ସେ ୧୮୯ ମ୍ୟାଚ ଖେଳିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଏ.ବି ଡିଭିଲିୟର୍ସ । ସେ ୧୮୪ ମ୍ୟାଚ ଖେଳିଛନ୍ତି । ଏହି ଦୁଇ ଖେଳାଳି ଅବସର ଘୋଷଣା କରିଥିବାବେଳେ ନାରାୟଣ ଖେଳ ଜାରି ରଖିଥିବାବେଳେ ସେ ୨୦୦ରୁ ଅଧିକ ମ୍ୟାଚ ଖେଳିପାରିବେ ।
ଗୋଟିଏ ଫ୍ରାଞ୍ଚାଇଜ୍ ପକ୍ଷରୁ ସର୍ବାଧିକ ୧୯୦ ମ୍ୟାଚ୍ ଖେଳିଥିବାବେଳେ ୧୯୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ସେ ୧୭୮୦ ରନ୍ କରିଛନ୍ତି । ଚଳିତ ସିଜିନରେ ଆହୁରି ଅଧିକ ସ୍କୋର କରିବେ ବୋଲି ଆଶା ରଖାଯାଉଛି । ସେପଟେ ଆଜି ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇନାହାନ୍ତି ।
ଏହାସହ ପଢ଼ନ୍ତୁ : ମୁମ୍ବାଇକୁ ୨୨୧ ରନର ବିଜୟ ଲକ୍ଷ୍ୟ ଦେଲା KKR, ରାହାଣେ, ରଘୁବଂଶୀଙ୍କ ଅର୍ଦ୍ଧଶତକୀୟ ପାଳି