ମୁମ୍ବାଇ : ମୁମ୍ବାଇକୁ ୨୨୧ ରନର ବିଜୟ ଲକ୍ଷ୍ୟ ଦେଲା KKR । ଆଇପିଏଲର ଦ୍ବିତୀୟ ମ୍ୟାଚରେ ମଧ୍ୟ ବିଶାଳ ସ୍କୋର ଦେଖିବାକୁ ମିଳିଛି । KKR ପକ୍ଷରୁ ଅଧିନାୟକ ରାହାଣେ ଏବଂ ରଘୁବଂଶୀ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ମୁମ୍ବାଇ । କୋଲକାତର ଦୁଇ ଓପନର ରାହାଣେ ଏବଂ ଆଲେନ୍ ଫିନ୍ ଦମଦାର ପାଳି ଆରମ୍ଭ କରିଥିଲେ । ଉଭୟ ମୁମ୍ବାଇ ବୋଲରଙ୍କୁ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । କେକେଆର ୪ ଓ୍ବିକେଟ୍ ବିନିମୟରେ ୨୨୦ ରନ୍ କରିବାରେ ସକ୍ଷମ ହୋଇଛି ।

​​​​​​​

ରାହାଣେ ୪୦ ବଲରୁ ୬୭ ରନର ପାଳି ଖେଳିଥିବାବେଳେ ଫିନ୍ ୧୭ ବଲରୁ ୩୭ ରନର ପାଳି ଖେଳିଥିଲେ । ପରେ ଗ୍ରୀନ୍ ମଦ୍ୟ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରି ୧୦ ବଲରୁ ୧୮ ରନ୍ କରିଥିଲେ । ମାତ୍ର ରଘୁବଂଶୀ ରାହାଣେଙ୍କ ସାଥ୍ ଦେଇଥିଲେ । ସେ ୨୯ ବଲରୁ ୫୧ ରନ କରିଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ସାର୍ଦ୍ଧୁଲ୍ ଠାକୁର ୩ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଏହାସହ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ୍ ​‌ନେଇଛନ୍ତି ।

​​​​​​​

ମୁମ୍ବାଇର ଷ୍ଟାର ବୋଲର ଜଶପ୍ରିତ୍ ବୁମାର ଆଜିର ମ୍ୟାଚରେ ଓ୍ବିକେଟ୍ ଲେସ୍ ହୋଇଛନ୍ତି । ଏହାସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୩୫ ରନ୍ ବ୍ୟୟ କରିଛନ୍ତି । ରିଙ୍କୁ ସିଂହ କମାଲ ବ୍ୟାଟିଂ କରିବା ସହ ୨୧ ବଲରୁ ୩୩ ରନ୍ କରି ଅପରାଜିତ ରହିଛନ୍ତି । ଶେଷ ଓଭର ଗୁଡ଼ିକରେ ମୁମ୍ବାଇ ବୋଲରଙ୍କୁ ଧୂଳି ଚଟାଇଥିଲେ ରିଙ୍କୁ । ‌

ଏହାସହ ପଢ଼ନ୍ତୁ : ଚେନ୍ନାଇକୁ ଲାଗିଲା ଆଉ ଏକ ଝଟକା, ଧୋନୀଙ୍କ ପରେ ଆହତ ହେଲେ ଏହି ଷ୍ଟାର ଖେଳାଳି