ନୂଆଦିଲ୍ଲୀ : ଏଆଇ ଆସିବା ଦ୍ୱାରା ଲକ୍ଷ ଲକ୍ଷ ଚାକିରି ଉପରେ ବିପଦ ଆସିଛି। ସୋସିଆଲ ମିଡ଼ିଆ ଫାର୍ମ ଠାରୁ ନେଇ ଆଇଟି ଫାର୍ମ ଯାଏ କର୍ମଚାରୀଙ୍କୁ ବାହାର କରିବାକୁ ଘୋଷଣା କରିଛନ୍ତି। ଏହି ମଧ୍ୟରେ , ଆମେରିକାର ପ୍ରସିଦ୍ଧ କମ୍ପାନୀ ମାଇକ୍ରୋସଫ୍ଟ ଛଟେଇ ସ୍ଥାନରେ ଏକ ଭିନ୍ନ ରାସ୍ତା ବାହାର କରିଛି। କର୍ମଚାରୀଙ୍କ ହଠାତ୍ ଛଟେଇ କରିବା ପରିବର୍ତ୍ତେ , ମାଇକ୍ରୋସଫ୍ଟ ଆମେରିକାରେ ନିଜର ୭ ପ୍ରତିଶତ କର୍ମଚାରୀଙ୍କୁ ସେଲ୍ ରିଟାୟରମେଣ୍ଟର ଅପସନ ଦେଉଛି। କମ୍ପାନୀକୁ ଏଆଇ ଆସିବା ଦ୍ୱାରା କମ୍ କର୍ମଚାରୀରେ ଅଧିକ ଏକ୍ସପୋଜର ଦେଖା ଦେଇଛି। ଏହି କାରଣରୁ , ମାଇକ୍ରୋସଫ୍ଟ ଏମିତି ପଦକ୍ଷେପ ପ୍ରଥମ ଥର ଉଠାଇଛନ୍ତି।
ଅନୁମାନ ଯେ, ସେଲ୍ଫ ରିଟାୟରମେଣ୍ଟ ନେବାର ଅଫର ପ୍ରାୟ ୯୦୦୦ କର୍ମଚାରୀଙ୍କୁ ଦିଆଯାଇଛି। ଖବର ମୁତାବିକ , ଏହି ଯୋଜନା ଆମେରିକାରେ ସିନିୟର ଡାଇରେକ୍ଟର ଲେବଲ ଓ ଏହା ଠାରୁ ତଳ କର୍ମଚାରୀଙ୍କୁ ଉପରେ ଲାଗୁ ହୋଇଥାଏ। ଏଗଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଓ ହ୍ୟୁମନ ରିର୍ସୋସେଜ୍ ଅଫିସର ଏମି କୋଲମ୍ୟାନ କହିଛନ୍ତି ଯେ, ଏହାକୁ ନେଇ କର୍ମଚାରୀଙ୍କ ଚୟନ “୭୦ର ନିୟମ ” ଉପରେ କରାଯିବ। ଯାହା ଅନୁସାରେ କୌଣସି କର୍ମଚାରୀଙ୍କ ବୟସ ଓ ମାଇକ୍ରୋସଫ୍ଟରେ ସର୍ଭିସର ବର୍ଷବର୍ଷର ଯୋଗ ୭୦ କିମ୍ୱା ଏହାଠାରୁ ଅଧିକ ହେବା ଉଚିତ୍।
ସେଲ୍ଫ ରିଟାୟରମେଣ୍ଟ ବ୍ୟତୀତ , ମାଇକ୍ରୋସଫ୍ଟ ପରଫର୍ମେସନ ସ୍ତରୀୟ ବୋନସ ଓ ଷ୍ଟକ୍ ସହ ଏମ୍ପ୍ଲଇ ରିୱାର୍ଡରେ ମଧ୍ୟ ପରିବର୍ତ୍ତନ କରିଛି। କମ୍ପାନୀ ସାଲାରୀ ସ୍ତରକୁ ୯ରୁ ହ୍ରାସ କରି ୫ କରୁଛି। ଏହାସହ ପରଫର୍ମାନ୍ସ ସର୍କଲକୁ ମଧ୍ୟ ହଟାଉଛି,ଯାହା ଅନୁସାରେ ପ୍ରଥମେ କର୍ମଚାରୀଙ୍କ ରେଟିଂ ପାଇଁ ପରସ୍ପର ମଧ୍ୟରେ ତୁଳନା କରାଯାଏ।
ଏହା ବ୍ୟତୀତ, ମାଇକ୍ରୋସଫ୍ଟ ଷ୍ଟକ୍ ରିୱାର୍ଡକୁ କ୍ୟାଶ୍ ବୋନସରୁ ଅଲଗା କରୁଛି। ଏହିପରି , ମ୍ୟାନେଜମେଣ୍ଟସକୁ ଏବେ ଷ୍ଟକ୍ ରିୱାର୍ଡକୁ କ୍ୟାଶ୍ ବୋନସ୍ ସହ ସିଧା ଯୋଡି଼ବାର ଆବଶ୍ୟକତା ହେବ ନାହିଁ, ଯେଉଁଥିରେ କମ୍ପାନୀକୁ ବାର୍ଷିକ କ୍ଷତିପୂରଣ ପାଇଁ ଅଧିକ ଫେକ୍ସିବଲ ଓ ଅଲ୍ ସିଷ୍ଟମ ମିଳିବ।
ମାଇକ୍ରୋସଫ୍ଟ କାହିଁକି ନେଲା ଏହି ନିଷ୍ପତ୍ତି ?
ଉଲ୍ଲେଖନୀୟ ଯେ, ନିକଟବର୍ତ୍ତୀ ମାସରେ ମାଇକ୍ରୋସଫ୍ଟ ଜେନେରେଟିଭ୍ ଏଆଇ ମଡେଲ ଚଲାଇବାରେ ନିଜର କ୍ଲାଉଡ୍ କଷ୍ଟମରଙ୍କ ସହାୟତା ପାଇଁ ଏଆଇ ଇନଫ୍ରାଷ୍ଟ୍ରକଚର ତିଆରି କରିବା ଓ ଡାଟା ସେଣ୍ଟରର ବିସ୍ତାର କରିବା ଉପରେ ବହୁତ ଖର୍ଚ୍ଚ କରିଛି। ଏହା ପୂର୍ବରୁ , କମ୍ପାନୀ ଅଷ୍ଟ୍ରେଲିଆରେ ଏଆଇ କ୍ଲାଉଡ୍ ଓ ଇନଫ୍ରାଷ୍ଟ୍ରକଚର ଉପରେ ୧୮ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଘୋଷଣା କରିଥିଲା। ଅନ୍ୟପଟେ, କମ୍ପାନୀ ଜାପାନରେ ନିଜର ଏଆଇ ଇନଫ୍ରାଷ୍ଟ୍ରକଚରକୁ ବୃଦ୍ଧି କରାଇବା ପାଇଁ ୪ ବର୍ଷରେ ୧୦ ବିଲିୟନ ଡଲାରର ନିବେଶ କରିବାକୁ ଯାଉଛି। ଏହିପରି ପଦକ୍ଷେପରେ କମ୍ପାନୀର ନିବେଶ ମୂଲ୍ୟ ବଢିଛି ଏବଂ ଏଆଇ ଇନଫ୍ରା ବୃଦ୍ଧି ହେବାରେ କର୍ମଚାରୀଙ୍କ ଅଧିକ ଆବଶ୍ୟକତା ଦେଖିବାକୁ ମିଳୁନାହିଁ। ଏହା କାରଣରୁ ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ସେଲ୍ଫ ରିଟାୟରମେଣ୍ଟ ଓ ମୂଲ୍ୟ ହ୍ରାସ କରିବା ସମ୍ୱନ୍ଧରେ ନିଷ୍ପତ୍ତି ନେଇଛି।
ଅନ୍ୟପଟେ , ଅଲ୍ଫାବେଟ୍ ଓ ଆମାଜନ ସମେତ ଅନ୍ୟ ବଡ଼ ବଡ଼ ଟେକ୍ନିକାଲ ପ୍ରସିଦ୍ଧ କମ୍ପାନୀମାନେ ମଧ୍ୟ ନିଜର କ୍ଲାଉଡ୍ ଓ ଏଆଇ କ୍ଷମତାକୁ ବଢାଇବା ପାଇଁ ଏହିପରି ପଦକ୍ଷେପ ନେଉଛନ୍ତି , କାରଣ ପରବର୍ତ୍ତି ଜେନେରେସନ ଏଆଇ ମଡେଲକୁ ପାୱାର ଦେବା ପାଇଁ ପ୍ରତିସ୍ପର୍ଦ୍ଧା ଦ୍ରୁତତର ହେଉଛି।
ଆହୁରି ମଧ୍ୟ ପଢନ୍ତୁ : ଅଫିସ୍ କ୍ରେଡିଟ୍ କାର୍ଡରୁ ୨୭ ଲକ୍ଷ ଟଙ୍କା ଉଠାଇ ନେଇଥିଲେ , Bossଙ୍କୁ ଟାର୍ଗେଟ୍ କରି ଅଶ୍ଳୀଳ ଫଟୋ ବି ପଠାଉ ଥିଲେ