ନୂଆଦିଲ୍ଲୀ – ବେଙ୍ଗାଲୁରୁରୁ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ଆଇଟି କମ୍ପାନୀର କର୍ମଚାରୀଙ୍କ ଉପରେ ଅଫିସର କ୍ରେଡିଟ୍ କାର୍ଡର ଦୁରୁପଯୋଗ କରିବାର ଅଭିଯୋଗ ହୋଇଛି। ରିପୋର୍ଟ ମୁତାବିକ, ଅଭିଯୁକ୍ତ ଜଣଙ୍କ କମ୍ପାନୀର କ୍ରେଡିଟ୍ କାର୍ଡରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ,ଯେତେବେଳେ କମ୍ପାନୀ ଆର୍ଥିକ ଅନିୟମିତତା ଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲେ ଏବଂ ଖର୍ଚ୍ଚର ହିସାବ ମାଗି ଥିଲେ।
କୁହାଯାଉଛି ଯେ, ଏହି ଗଡ଼ବଡ଼ ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ ମଧ୍ୟରେ ହୋଇଛି। ଏହି ସମୟରେ କର୍ମଚାରୀ କମ୍ପାନୀର କାର୍ଡକୁ ବ୍ୟବହାର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ କରିଥିଲେ ଏବଂ ଉଚ୍ଚ ପରିମାଣର ଅର୍ଥ ଖର୍ଚ୍ଚ କରିଦେଇ ଥିଲେ। କମ୍ପାନୀ ପକ୍ଷରୁ ଅନେକ ଥର ଟଙ୍କା ଫେରେଇବା ପାଇଁ କୁହାଯାଇ ଥିଲା , କିନ୍ତୁ ଅଭିଯୁକ୍ତ ଅର୍ଥ ଫେରେଇ ନଥିଲେ। ଯାଞ୍ଚରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ସେ ଜାଣିଶୁଣି ନିୟମ ଗୁଡ଼ିକର ଉଲ୍ଲଙ୍ଘନ କରିଥିଲେ ଏବଂ ନିଜ ଅଧିକାରୀର ଭୁଲ ଫାଇଦା ନେଇଥିଲେ।
ମାମଲାଟି ସେତେବେଳେ ଆହୁରି ଗମ୍ଭୀର ରୂପ ନେଲା ଯେବେ ଅଭିଯୁକ୍ତ ନିଜର ବରିଷ୍ଠ ଅଧିକାରୀଙ୍କୁ ଆପତ୍ତିଜନକ ଫଟୋ ପଠାଇବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଅଭିଯୋଗ ମୁତାବକ ସେତେବେଳେ ହୋଇଥିଲା , ଯେବେ ତାଙ୍କୁ ଟଙ୍କା ଫେରେଇବାକୁ ଚାପ ପକାଗଲା। ରିପୋର୍ଟ ଅନୁସାରେ ,ସେ ନିଜକୁ ସୁରକ୍ଷା ଦେଇ ଏହି ଦାବି କରିଥିଲେ ଯେ,ତାଙ୍କୁ ଚୀନ ଓ ପାକିସ୍ତାନରୁ କିଛି ଅଜଣା ଲୋକଙ୍କ ଧମକ ମିଳୁଥିଲା, ହେଲେ ପୁଲିସ ଏହି ଦାବିର ମଧ୍ୟ ଯାଞ୍ଚ କରୁଛି।
ବର୍ତ୍ତମାନ ପୁଲିସ ଉକ୍ତ ମାମଲାରେ ଅଭିଯୋଗ ରୁଜୁ କରିଛି ଏବଂ ଆଗାମୀ ଯାଞ୍ଚ ଜାରି ରହିଛି। ଅଧିକାରୀଙ୍କ କହିବାନୁସାରେ , ଅଭିଯୁକ୍ତର ସବୁ ଦାବି ଓ ନେଣଦେଣର ଯାଞ୍ଚ କରାଯାଉଛି। ଉକ୍ତ ମାମଲା କର୍ପୋରେଟ୍ ସେକ୍ଟରରେ ଆର୍ଥିକ ଅନୁଶାସନ ଓ କର୍ମଚାରୀଙ୍କ ଦାୟିତ୍ୱବୋଧକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି, ବିଶେଷକରି ସେତେବେଳେ , ଯେବେ କମ୍ପାନୀମାନେ କର୍ମଚାରୀଙ୍କୁ କ୍ରେଡିଟ୍ ସୁବିଧା ଦେଇଥାନ୍ତି। ଏହି ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି ଏବଂ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଆସିଛି।
ଆହୁରି ମଧ୍ୟ ପଢନ୍ତୁ : ଟେକ୍ କମ୍ପାନୀମାନେ ୨୦୨୬ରେ ଏବେସୁଦ୍ଧା ୭୩୦୦୦ ଲୋକଙ୍କୁ କରିଛନ୍ତି ଛଟେଇ , ଏହାର କାରଣ ...