ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ଇରାନକୁ ନେଇ ଦେଇଛନ୍ତି ଆକ୍ରମକ ବ୍ରୟାନ। ଖାର୍ଗ ଦ୍ୱୀପରେ ଆକ୍ରମଣ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ‘ଇରାନରେ ଏକ ସଭ୍ୟତାର ଅନ୍ତ ହେବାକୁ ଯାଉଛି।’ ଏହା ସହ ସେ ଏକ ଅପରିବର୍ତ୍ତନୀୟ ବିପର୍ଯ୍ୟୟ ବିଷୟରେ ମଧ୍ୟ ଚେତାବନୀ ଦେବା ସଦ ‘ସମ୍ପୂର୍ଣ୍ଣ ଶାସନ ପରିବର୍ତ୍ତନ’ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।
ସେ ଚେତାବନୀ ଦେଇ କହିଛନ୍ତି, ଯଦି ସ୍ଥିତି ନବଦଳଳେ ତେବେ ଆଜି ରାତିରେ ଏକ ସଭ୍ୟତାର ସମ୍ପୂର୍ଣ୍ଣ ଭାବରେ ଅନ୍ତ ହୋଇଯିବ, ଯାହାକି ପରେ କେବେ ଫେରିବନି। ମୁଁ ଏଭଳି ଚାହୁଁନି, କିନ୍ତୁ ବୋଧହୁଏ ଏଭଳି ହେବ। ବର୍ତ୍ତମାନ କ୍ଷମତାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି, ଯେଉଁଠାରେ ଭିନ୍ନ, ବୁଦ୍ଧିମାନ ଏବଂ କମ୍ କଟ୍ଟରପନ୍ଥି ଭାବନା ରଖିଥିବା ଲୋକମାନେ ଅଛନ୍ତି, ହୁଏତ କିଛି ବିପ୍ଳବୀ ଏବଂ ଆଶ୍ଚର୍ଯ୍ୟଜନକ ଘଟିପାରେ, କିଏ ଜାଣେ ? ସେ ଆହୁରି ଲେଖିଛନ୍ତି, ‘ଆଜି ରାତିରେ ଆମକୁ ଜଣାପଡିଯିବ,ଯାହାକି ବିଶ୍ୱର ଦୀର୍ଘ ଏବଂ ଜଟିଳ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏ। ୪୭ ବର୍ଷର ଅର୍ଥ ଆଦାୟ, ଦୁର୍ନୀତି ଏବଂ ମୃତ୍ୟୁ ରୂପରେ ଶେଷରେ ଅନ୍ତ ହେବ। ଇରାନର ମହାନ ଲୋକଙ୍କ ଉପରେ ଇଶ୍ବରଙ୍କ ଆଶୀର୍ବାଦ ରହୁ।’
ଖାର୍ଗ ଦ୍ବୀପ ଉପରେ ଆକ୍ରମଣର କିଛି ମିନିଟ୍ ପରେ ଟ୍ରମ୍ପ ଏହି ଧମକ ଦେଇଥିଲେ। ଟ୍ରମ୍ପଙ୍କ ସମୟସୀମା ଏପର୍ଯ୍ୟନ୍ତ କିଛି ଘଣ୍ଟା ବାକି ଅଛି, କିନ୍ତୁ ଇରାନର ଭୟ ତା ପୂର୍ବରୁ ସତ ହୋଇସାରିଛି। ଇରାନର ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହି ଆକ୍ରମଣ ସମୟରେ ଅନେକ ସେତୁ ଏବଂ ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଯଦି ଟ୍ରମ୍ପଙ୍କ ପୋଷ୍ଟକୁ ଦେଖାଯାଏ ତେବେ ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କେବଳ ଏକ ଟ୍ରେଲର ଥିଲା; ଆଜି ରାତି ଇରାନ ପାଇଁ ଏକ ବିପର୍ଯ୍ୟୟର ରାତି ହୋଇପାରେ।