ଭୁବନେଶ୍ୱର,୦୭/୧୧: ଆସନ୍ତା ଜାନୁଆରୀରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ସ୍ଥାନ ପାଇବ କୋରାପୁଟ କଫି । ଲୋକସେବା ଭବନରେ କୋରାପୁଟ କଫି ପିଇବେ ଅତିଥି । କଫିକୁ ଓଡ଼ିଶାରେ ମାର୍କେଟିଙ୍ଗ ବ୍ୟବସ୍ଥା ପାଇଁ ସରକାର କାମ କରିବେ । ଓଡ଼ିଶାର କଫିକୁ ବିଦେଶରେ ଯେପରି ଅଧିକ ଜନାଦୃତ କରାଯିବ, ସେନେଇ ସବୁ ପ୍ରକାର ଚେଷ୍ଟା କରାଯିବ । ବ୍ରାଜିଲ ଓ କାରବିଆନ କଫିକୁ ଲୋକେ ଭୁଲି ଓଡିଶା କଫିକୁ ସମସ୍ତେ ଗ୍ରହଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।
ପୂର୍ବ ଯୋଜନା ଅନୁସାରେ ସବୁକିଛି ହେଉଛି, ଏକାନଥ ସିନ୍...