ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଧର୍ମଶାଳାରେ ଚାଲିଛି ଖଣି ଲୁଟ : ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ

Published By : Suraj Kumar | March 2, 2025 7:49 PM

ଭୁବନେଶ୍ବର, ୨।୩ : ଯାଜପୁର ଧର୍ମଶାଳାରେ ଚାଲିଛି ଖଣି ଲୁଟ। ଆଉ ଏହି ଖଣି ଲୁଟକୁ ପ୍ରଶୟ ଦେଉଛନ୍ତି ଡିଡିଏମ। ପ୍ରଶାସନର ଛତ୍ରଛାୟା ତଳେ ଚାଲିଛି ଲୁଟ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମିତି ଅଭିଯୋଗ ଆଣିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। 

ଧର୍ମଶାଳାରେ ୮୪ ଟି ପଥର ଖଣି ରହିଥିବା ବେଳେ ସରକାରୀ ସୂତ୍ର ରେ ୨୦ ଟି ଖଣି ଚାଲୁଛି। ଅନ୍ୟ ଖଣି କୁ ଲିଜ ସୂତ୍ର ରେ ଦିଆ ଯାଉ ନଥିବା ବେଳେ ଚୋରି କୁ ପ୍ରଶୟ ଦେଉଛନ୍ତି ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଖିଲାପ ଲିଜଧାରୀ ଓ ଜୋରିମାନା ବାକି ଥିବା ଲୋକଙ୍କୁ ଲିଜ ଦିଆ ଯାଉଥିବା ବେଳେ ଯେଉଁ ମାନେ ଟଙ୍କା ପୈଠ କରୁଛନ୍ତି ସହମତି ପ୍ରକାଶ କରୁଛନ୍ତି ସେମାନଙ୍କୁ ଲିଜ ଦିଆ ଯାଉନି । ଲିଜ ପ୍ରଦାନ କରିବାରେ ପାତର ଅନ୍ତର କରାଯାଉ ଥିବା ଅଭିଯୋଗ କରିଛନ୍ତି ପ୍ରଣବ।

 ଆରୁହା, ବିଛଖଣ୍ଡି, ରହାଡପୁର, ଡଙ୍କାରି ପ୍ରମୁଖ ଖଣିରୁ ବେଧଡକ ଚାଲିଛି କଳାପଥର ଲୁଟ। ଧର୍ମଶାଳା ବିଧାୟକ ଦେଇଥିବା ପ୍ରତିଶ୍ରୁତି ଫେଲ ମାରିଛନ୍ତି।ଆଗାମୀ ଦିନରେ ଏହି ଲୁଟ ଉପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସାଧାରଣ ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.