ନୂଆଦିଲ୍ଲୀ: ଆଧୁନିକତାର ଚକାଚକ୍ୟ ଭିତରେ ଲୁଚି ରହିଥିବା ଏକ କଦର୍ଯ୍ୟ ଚେହେରା ଏବେ ସାମ୍ନାକୁ ଆସିଛି। ମାତ୍ର ୧୯ ବର୍ଷର ଜଣେ ଯୁବକ ସାଜିଥିଲା କାମୁକ ପିଶାଚ। ଜଣେ କି ଦିଜଣ ନୁହେଁ, ବରଂ ୧୮୦ରୁ ଅଧିକ ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସାଂଘାତିକ ଷଡଯନ୍ତ୍ର ରଚିଥିଲା। ଏଭଳି ଏକ ସ୍ପର୍ଶକାତର ଘଟଣା ଆସିଛି ମହାରାଷ୍ଟ୍ରର ଅମରାବତୀ ସହରରୁ। ଅଭିଯୁକ୍ତ ଜଣକ ହେଲା ମହମ୍ମଦ ଆୟାଜ ଓରଫ ଆୟାନ ମହମ୍ମଦ ତନବୀର। ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
କିଭଳି ଥିଲା ଏହି ସାଂଘାତିକ ଷଡଯନ୍ତ୍ର ?
ବାସ୍ତବରେ,ବିଜେପି ରାଜ୍ୟସଭା ସାଂସଦ ଡକ୍ଟର ଅନିଲ ବୋଣ୍ଡେଙ୍କ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଛି। ସେ ଜିଲ୍ଲା ପୋଲିସ ଅଧିକ୍ଷକ ବିଶାଲ ଆନନ୍ଦଙ୍କୁ ଏକ ଅଭିଯୋଗ ପ୍ରଦାନ କରିଥିଲେ, ଯେଉଁଥିରେ ସେ ମହମ୍ମଦ ଆୟାଜ ଓରଫ ଆୟାନ ମହମ୍ମଦ ତନବୀରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ନାବାଳିକା ଝିଅ ମାନଙ୍କୁ ମୁମ୍ବାଇ ଏବଂ ପୁଣେ ନେଇ ୩୫୦ ରୁ ଅଧିକ ଅଶ୍ଳୀଳ ଭିଡିଓ ତିଆରି କରିଛି। ସେ ଏହି ଭିଡିଓ ଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେଇଥିଲା ଏବଂ ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲା। ଏହା ପରେ, ପୋଲିସ ତଦନ୍ତ କରି ଆୟାଜକୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକା ମାନଙ୍କୁ ଟାର୍ଗେଟ କରୁଥିଲା। ପ୍ରଥମେ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରୁଥିଲା ଏବଂ ପରେ ପ୍ରେମର ନାଟକ କରି ସେମାନଙ୍କୁ ବିଭିନ୍ନ ଏକୁଟିଆ ସ୍ଥାନକୁ ଡାକୁଥିଲା। ତେବେ ସେଠାରେ ସେ ନାବାଳିକାଙ୍କ ଅଗୋଚରରେ କିମ୍ବା ବାଧ୍ୟ କରି ସେମାନଙ୍କର ଅଶ୍ଳୀଳ ଭିଡିଓ ସୁଟ୍ କରୁଥିଲା।
୩୫୦ରୁ ଅଧିକ ପର୍ଣ୍ଣ ଭିଡିଓ ଜବତ...
ପୋଲିସର ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଯୁବକଙ୍କ ମୋବାଇଲ ଓ ଡିଭାଇସରୁ ୩୫୦ରୁ ଅଧିକ ପର୍ଣ୍ଣ ଭିଡିଓ ମିଳିଛି। ୧୮୦ ଜଣ ନାବାଳିକାଙ୍କୁ ସେ ନିଜ ଶିକାର ବନାଇ ସେମାନଙ୍କ ସମ୍ମାନ ସହ ଖେଳିଥିଲା। ଅନେକ ସମୟରେ ଏହି ଭିଡିଓ ଦେଖାଇ ସେ ସେମାନଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିବା ଅଭିଯୋଗ ହୋଇଛି।
ଜେଲ୍ ଗଲା ଅଭିଯୁକ୍ତ...
ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ସେ ଜେଲର ଚାରିକାନ୍ଥ ଭିତରେ ନିଜ ପାପର ସଜା କାଟୁଛି।