ପୁରୀ,୨୫/୧୦: ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଚନ୍ଦନପୁର ଥାନା ଅଞ୍ଚଳରୁଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ପରିବାର ଲୋକେ କାଳୀପୂଜା ଭସାଣି ଦେଖିବାକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଯୁବକ । ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ନାବାଳିକାଙ୍କ ସମ୍ପର୍କୀୟ ଭାଇ ଓ ଦାଦାଙ୍କୁ ଅଟକ ରଖିଛି ।

ଥାନାଧିକାରୀ ଭୁବନମୋହନ ସାମନ୍ତରାୟଙ୍କ କହିବାନୁଯାୟୀ, ଉକ୍ତ ଥାନା ଅଞ୍ଚଳରେ ଗତ ୨୨ ତାରିଖ ରାତିରେ ମା’ଦକ୍ଷିଣକାଳୀଙ୍କ ଭସାଣି ଉତ୍ସବ ଥିଲା । ପୀଡ଼ିତାଙ୍କ ପରିବାର ଭସାଣି ଦେଖିବାକୁ ଯାଇଥିଲେ । ଘରେ ପୀଡ଼ିତା (୧୬ ବର୍ଷ) ଓ ସାନ ଭଉଣୀ (୭ ବର୍ଷ) ଶୋଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଯୁବକ ଘରେ ପଶିଥିଲେ । ଭିତରପଟୁ ତାଲା ପକାଇ ପୀଡ଼ିତାଙ୍କୁ ଦୁଷ୍କ କରିଥିଲେ । ଘଟଣା ସମ୍ପର୍କରେ ପୀଡ଼ିତାପରିବାରକୁ ଶୁକ୍ରବାର ଅବଗତ କରିବା ପରେ ଅପରାହ୍ଣରେ ପରିବାର ପୀଡ଼ିତାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ (୧୮ ବର୍ଷ) ଓ ଦାଦା (୨୨ ବର୍ଷ)କୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ,ଗତ ସେପ୍ଟେମ୍ବର ୧୩ରେ ବାଲିହରଚଣ୍ଡୀ ନିକଟରେ ପ୍ରେମିକକୁ ଗଛରେ ବାନ୍ଧି  ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଏବେ ବି ତଦନ୍ତ ଜାରି ରହିଛି ।