ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସ୍କୁଲ୍ ବସ୍‌ରେ ଘରକୁ ଫେରିବା ବେଳେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ପୋକ୍ସୋ ଅଧିନିୟମରେ ମାମଲା ରୁଜୁ...

Published By : Ladu Kishor | November 14, 2024 8:33 PM

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀରେ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ଘଟିଛି । ଏଠାରେ ଆନନ୍ଦ ବିହାର ଅଞ୍ଚଳରେ ସ୍କୁଲ ବସ୍‌ରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଗାଡିର ଡ୍ରାଇଭର, କଣ୍ଡକ୍ଟର ଏବଂ ସ୍କୁଲ କର୍ମଚାରୀଙ୍କ ବିରୋଧରେ ମାମଲା ଦାଖଲ କରିଛି । ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଘରୋଇ ବିଦ୍ୟାଳୟ ପୋଲିସ ନିକଟରେ ଅଭିଯୋଗ କରିଛି । ଛାତ୍ରୀ ଜଣକ ଗାଜିଆବାଦର ଇନ୍ଦିରାପୁରମରେ ଥିବା ତାଙ୍କ ଘରକୁ ସ୍କୁଲ୍ ବସ୍‌ରେ ଯାଉଥିବା ସମୟରେ ଏହି ଘଟଣା ଘଟିଛି।

ଦିଲ୍ଲୀ ପୋଲିସ ଏହାର ବିବୃତ୍ତିରେ କହିଛି ଯେ, ଏହି ମାମଲାରେ ଛାତ୍ରୀଙ୍କ ଅଭିଭାବକ ମାନେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ ଦେବାକୁ ଆସି ନାହାଁନ୍ତି। ତେବେ ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ବସ୍ ଡ୍ରାଇଭର, ବସ୍ କଣ୍ଡକ୍ଟର ଏବଂ ଜଣେ ସ୍କୁଲ କର୍ମଚାରୀଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଅଧିନିୟମର ଧାରା ୧୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.