ଭୁବନେଶ୍ବର,୧୮/୦୩: ଆଇଏଏସ ସ୍ତରରେ ଛୋଟିଆ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ଏମଡି ହୋଇଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ହେଲେ ଶୁଭମ୍ ସକ୍ସେନା ।
ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଡିଟିଇଟି ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚ୍ ଆଇଏଏସ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଓଡ଼ିଶା ସିନେ ଉନ୍ନୟନ ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏହା ବ୍ୟତୀତ ୨୦୧୧ ବ୍ୟାଚ ଆଇଏଏସ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାଧାରଣ ବଣ୍ଟନ ନିମଗ ଏମଡି ହୋଇଛନ୍ତି । ଏହା ପୂର୍ବରୁ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଲଘୁ ଖଣିଜ ନିଗମର ନିର୍ଦ୍ଦେଶକ ଥିଲେ ।

ସେହିପିର ୨୦୧୩ ବ୍ୟାଚ ଆଇଏଏସ ଶୁଭମ୍ ସକ୍ସେନା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ସାଧାରଣ ବଣ୍ଟନ ନିମଗର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।