- ଲଣ୍ଡନରେ ପହଞ୍ଜିଲେ ରୋହିତ ଶର୍ମାଙ୍କ ବାପା ମାଆ
- ଆସନ୍ତା ୧୯ ତାରିଖ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ସନ୍ନ୍ୟାସ ନେଇପାରନ୍ତ ରୋହିତ !
- ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ଇଛା ପ୍ରକାଶ କରିଛନ୍ତି ରୋହିତ ଶର୍ମା
- ରୋହିତଙ୍କ ଆଗରେ ଅଲଟିମେଟମ୍ ରଖିଛନ୍ତି ଚୟନକର୍ତ୍ତା
ନୂଆଦିଲ୍ଲୀ,୧୭/୦୭: ଇଂଲଣ୍ଡ ବିପକ୍ଷରେ ଆସନ୍ତା ୧୯ ତାରିଖରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବ ଭାର । ତେବେ ଏହି ମ୍ୟାଚ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ଜତୀୟ ଗଣମାଧ୍ୟମରେ ଢ଼େର ଚର୍ଚ୍ଚା ହେଉଛି । କିନ୍ତୁ ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ରୋହିତ କିମ୍ବା ଚୟନକର୍ତ୍ତା, ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ଏହାରି ଭିତରେ ରୋହିତଙ୍କ ବାପା ମାଆ ଲର୍ଡ୍ସରେ ପହଞ୍ଚିଛନ୍ତି । ସାଧାରଣତଃ ରୋହିତଙ୍କ ବାପା ମାଆ କୌଣସି ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ଯାଉନଥିବା ବେଳେ ଅଚାନକ ଏଭଳି ଲଣ୍ଡନରେ ପହଞ୍ଚିବା ରୋହିତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ରୋହିତଙ୍କ ସନ୍ନ୍ୟାସ ନେବା ଚର୍ଚ୍ଚା ଭିତରେ ତାଙ୍କ ମାଆ ବାପା ଲଣ୍ଡନରେ ପହଞ୍ଚିଛନ୍ତି। ରୋହିତ ନିଜର ଭବିଷ୍ୟତ ପାଇଁ ଚୟନକର୍ତ୍ତାଙ୍କ ପ୍ଲାନ ବିଷୟରେ ଜାଣିବା ପରେ ନିଜ ବାପା ମାଆଙ୍କ ପାଇଁ ଲର୍ଡ୍ସ ଦିନିକିଆରେ ପହଞ୍ଚିବାକୁ ଯୋଜନା କରିଥିଲେ। ୨୦୨୭ ବିଶ୍ୱକପ୍ ପାଇଁ ଏବେଠାରୁ ଚୟନକର୍ତ୍ତା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଟନେସ ବଢ଼ାଇବା ପରେ ରୋହିତ ଖେଳ ଜାରି ରଖିବାକୁ ଚାହାନ୍ତି। ହେଲେ ଚୟନକର୍ତ୍ତା ଆଗାମୀ ଭବିଷ୍ୟତ ସଂପର୍କରେ ନିଜେ ନିଷ୍ପତ୍ତି ନେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି । ରୋହିତ ଏମିତି ଅଲଟିମେଟମରେ ଆଦୌ ଖୁସି ନୁହଁନ୍ତି ।
ରୋହିତ ଗତ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରଥମ ମ୍ୟାଚରେ ୧୧ ଓ ଦ୍ୱିତୀୟ ମ୍ୟାଚରେ ୨୬ ରନ କରିଥିଲେ । ପୂର୍ବରୁ ରୋହିତ ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେମାନେ ଆଗ ପଛ ହୋଇ ସନ୍ନ୍ୟାସ ନେଇଥିଲେ । ତେବେ ଦୁହେଁ ଦିନିକିଆ ବିଶ୍ବକପରେ ଚୟନ ହେବେ କି ନାହିଁ ତାକୁ ହିଁ ଅପେକ୍ଷା।
ଉଲ୍ଲେଖଯୋଗ୍ୟ ଯେ, ରୋହିତ ଶର୍ମା ଗତ ୮ଟି ଦିନିକିଆରେ ୩୩ ପ୍ରତିଶତରେ ୨୪୧ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି ଚୟନକର୍ତ୍ତା। ତେବେ ଭାରତ ଦିନିକିଆ ବିଶ୍ବକପ ୨୦୨୭ ପୂର୍ବରୁ ଆହୁରି ୨୦ଟି ମ୍ୟାଚ ଖେଳିବ । ତେଣୁ ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି କି, ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନୂଆ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁ । ଯଶସ୍ବୀ ଜୟସୱାଲ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟର ପ୍ରବଳ ଦାବିଦାର ରହିଛନ୍ତି । ସେ ଗତ ୩ଟି ଦିନିକିଆ ଇନିଂସରେ ଦୁଇଟି ଶତକ ମାରିଛନ୍ତି । ଭାରତ ଆଗାମୀ ଦିନିକିଆ ସିରିଜ ସେପ୍ଟେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଜୟସୱାଲ ଏହି ସିରିଜରେ ଦିନିକିଆ ପାଇଁ ଖେଳିପାରନ୍ତି ।