ନୂଆଦିଲ୍ଲୀ ୦୬/୦୬: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ଜଣେ ନେପାଳୀ ପର୍ବତାରୋହୀ ଗାଇଡ୍ ନିଖୋଜ ହେବା ପରେ ତାଙ୍କୁ ମୃତ ବୋଲି ଧରି ନିଆଯାଇଥିଲା । କିନ୍ତୁ ୬ ଦିନ ପରେ ସେ ଗୁରୁଣ୍ଡି ଗୁରୁଣ୍ଡି ବେସ୍ କ୍ୟାମ୍ପ୍‌ରେ ପହଞ୍ଚିଲେ । ଦାୱା ଶେର୍ପା ପର୍ବତ ଶିଖରରେ ପହଞ୍ଚିବା ପରେ ତଳକୁ ଆସୁଥିଲେ । ଏହି ସମୟରେ ପ୍ରାୟ ୭,୫୦୦ ମିଟର ଉଚ୍ଚ କ୍ୟାମ୍ପ୍-୩ ଉପରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା । ତା’ପରେ ୬ ଦିନ ଧରି ତାଙ୍କର ଖବର ମିଳିଲା ନାହିଁ । ୫୨ ବର୍ଷୀୟା ପତ୍ନୀ ତାଙ୍କ ଆତ୍ମା ଶାନ୍ତି ପାଇଁ ଶେଷ ପ୍ରାର୍ଥନା କଲେ ।

ପର୍ବତ ଉପରେ ବାୟୁ ଖୁବ୍ ପତଳା ଥିବାରୁ ଦାୱାଙ୍କ ବଞ୍ଚିବା ଆଶା କମ୍ ଥିଲା । କିନ୍ତୁ ଗତ ଗୁରୁବାର ଜଣେ ସଫେଇ କର୍ମଚାରୀ ଅନୁଭବୀ ପର୍ବତାରୋହୀ ଦାୱାଙ୍କୁ ଦେଖିଲେ । ତାଙ୍କ ହାତ ଫ୍ରଷ୍ଟବାଇଟ୍ (ଭୀଷଣ ଥଣ୍ଡାରେ ଅକାମି ହେବା)ର ଶିକାର ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଭଲ ଥିଲା, ସେ ଧୀରେ ଧୀରେ ତଳକୁ ଖସୁଥିଲେ । ସେ ବଞ୍ଚିବାକୁ ଅନେକ ଦିନ ଧରି ସବୁ ବିପରୀତ ପରିସ୍ଥିତିର ମୁକାବିଲା କଲେ । ତାଙ୍କ ଅନୁସନ୍ଧାନ ପ୍ରୟାସର ପରିଚାଳନା କରୁଥିବା ୮କେ ଏକ୍ସପେଡିସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପେମ୍ବା ଶେର୍ପା କହିଛନ୍ତି ‘ଏହା କୌଣସି ଚମତ୍କାରଠୁ କମ୍ ନୁହେଁ ।’ ଏହା ପ୍ରକୃତରେ ନିଜକୁ ନିଜେ ବଞ୍ଚାଇବାର ଏକ ଦୁର୍ଲଭ ଘଟଣା ।

​​​​​​​

ଦାୱା ଏବେ ଡାକ୍ତରଖାନାରେ ଅଛନ୍ତି । ତାଙ୍କ ଝିଅ କହିଛନ୍ତି, ବାପା ମୋତେ ଚିହ୍ନିଲେ, ସେ ଭଲ ଅଛନ୍ତି ଏବଂ କଥା ହେଉଛନ୍ତି । ଚଳିତ ବର୍ଷର ପର୍ବତାରୋହରଣରେ ଅଦ୍ୟାବଧି ୫ ଜଣ ପ୍ରାଣ ହରାଇଛନ୍ତି । ତନ୍ମଧ୍ୟରେ ୩ ଜଣ ନେପାଳୀ ଥିଲେ, ଯେଉଁମାନେ ଏଭରେଷ୍ଟ ଆରୋହଣ ପ୍ରସ୍ତୁତିରେ ଜଡ଼ିତ ଥିଲେ । ଚଳିତ ଋତୁରେ ୧୦୦୦ରୁ ଅଧିକ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଛନ୍ତି, ଯାହାକୁ ସବୁଠୁ ବ୍ୟସ୍ତ ଆରୋହଣ ଋତୁ ଭାବେ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ...Sahara Desert Tragedy: ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଶୋଷରେ ଚାଲିଗଲା ୫୦ ଜୀବନ