ଜଗତପୁର,୦୨/୧୧: ମହିଳାଙ୍କୁ ଏକୁଟିଆ ପାଇ ୨ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଯୁବକ ଜଣକ ଫେରାର ଅଛି । କଟକ ଜିଲ୍ଲା ଜଗତପୁର ଥାନା ପଗା ଫାଣ୍ଡି ସତ୍ୟଭାମାପୁର ଗାଁ ନିକଟରେ ଶନିବାର ରାତ୍ରିରେ ଏଭଳି ଘଟଣା ଘଟିଛି। 

ସୂଚନା ମୁତାବକ, ସତ୍ୟଭାମାପୁର ଗାଁର ଜଣେ ମହିଳାଙ୍କୁ ରାସ୍ତାରେ ଏକୁଟିଆ ପାଇ ୨ଜଣ ଦୁର୍ବୃତ୍ତ ରାସ୍ତା ପାର୍ଶ୍ୱ ବିଲ ମଧ୍ୟରେ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ନିକଟସ୍ଥ ସୌରୀ ମହାସିଂପୁର ଗ୍ରାମର ଜଣେ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ତେବେ ଅନ୍ୟ ସହଯୋଗୀ ଯୁବକ ଫେରାର ହୋଇଯାଇଛି । ଜଗତପୁର ପୁଲିସ ଅଟକ ଯୁବକକୁ ପଚରାଉଚରା କରୁଛି। ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରିଛି।