ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

Published By : Rasmita Pradhan | July 2, 2025 8:27 AM

ବ୍ରହ୍ମପୁର, ୦୨/୦୭ : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ। ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି। ଥାନାରେ କେସ୍ ଦେବାରୁ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଘରେ ପଶି ଦୁର୍ବୃତ୍ତମାନେ ଭାଇ ଭଉଣୀଙ୍କୁ ହାଣି ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଗଞ୍ଜାମ ଥାନା ତେଲୁଗୁ ନୂଆଗାଁର ରିଙ୍କି ବେହେରାଙ୍କ ୧୩ବର୍ଷର ଝିଅ ପଡ଼ୋଶୀ ଗାଁ ଅଗସ୍ତିନୂଆ ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି। ମଙ୍ଗଳବାର ସ୍କୁଲ ବାହାରେ ଆଉ ଜଣେ ଝିଅ ସହ ତାର ଝଗଡ଼ା ହୋଇଥିଲା। ସେହି ଗ୍ରାମର ଜଣେ ଯୁବକ ଆସି ରିଙ୍କିଙ୍କ ଝିଅକୁ ମାଡ଼ ମାରିଥିଲେ। ଏନେଇ ରିଙ୍କି ତାଙ୍କ ସମ୍ପର୍କୀୟ ଭାଇ ଭୀମ ତରେଇଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଥାନାକୁ ଡକାଇଥିଲା। ରିଙ୍କି ବୁଧବାର କେସ କରିବେ ବୋଲି କହିଥିଲେ। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ତାଗିଦ୍ କରି ବୁଧବାର ଆସିବାକୁ କହିଥିଲା। ସମସ୍ତେ ଫେରି ଆସିଥିଲେ। ରିଙ୍କି ଓ ଭୀମ ଗାଁରେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ଘରକୁ ଆସି ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ରିଙ୍କି ଓ ଭୀମ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୀମ ତରେଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ସାହୁ ଓ ଛତ୍ରପୁର ଏସଡିପିଓ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିଛନ୍ତି। ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ଆଣିଛି।  ଏହି ଘଟଣାକୁ ନେଇ ଗ୍ରାମରେ ଆଶାନ୍ତି ଲାଗି ରହିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.