ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବାଂଲାଦେଶରେ ଏୟାରଫୋର୍ସ ବେସ୍‌ରେ ହମଲା , ଜଣେ ମୃତ ; ମାମଲାରେ ସେନାର କାର୍ଯ୍ୟାନୁଷ୍ଠାନ

Published By : Prameya | February 24, 2025 4:53 PM

ନୂଆଦିଲ୍ଲୀ : ପଡୋଶୀ ଦେଶ ବାଂଲାଦେଶର କାକ୍ସ ବଜାର ଜିଲ୍ଲାରେ ବାୟୁ ସେନା ବେସ୍‌ରେ କିଛି ଦୃର୍ବୃତ୍ତ ହମଲା କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶର ସେନା ଏହା ସ୍ପଷ୍ଟ କରିଛି ଯେ, ସୋମବାର କାକ୍ସ ବଜାର ଜିଲ୍ଲାରେ ବାୟୁସେନା ବେସ୍‌ରେ ହୋଇଥିବା ହମଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

ସୂତ୍ରାନୁସାରେ, ମୃତକ ଜଣଙ୍କ ୩୦ ବର୍ଷିୟ ସ୍ଥାନୀୟ ବ୍ୟବସାୟୀ ଶିହାବ କବୀର। ଯାହାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି। ବାଂଲାଦେଶରେ ମହମ୍ମଦ ୟୁନିସଙ୍କ ଶାସନ ସମ୍ଭାଳିବା ପରେ ଏହା ପ୍ରଥମ ଏମିତି ହମଲା। ସେନା ବାୟୁସେନା ବେସ୍‌ରେ ମାମଲାକୁ ସମ୍ଭାଳିଛି। 

ବାଂଲାଦେଶ ସଶସ୍ତ୍ର ବାହିନୀଙ୍କର ଜନସଂପର୍କ ବିଭାଗ, ଇଣ୍ଟର-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍ସ (ଆଇଏସପିଆର) ଏକ ସଂକ୍ଷିପ୍ତ ବୟାନରେ କହିଛି, କାକ୍ସ ବଜାର ବାୟୁସେନା ବେସ୍‌ ନିକଟରେ ସମିତି ପାରାର କିଛି ଅପରାଧୀମାନେ କାକ୍ସ ବଜାର ସ୍ଥିତ ବାୟୁସେନା ବେସ୍‌ରେ ହମଲା କରିଛନ୍ତି। ବାଂଲାଦେଶ ବାୟୁସେନା ଏହି ସମ୍ୱନ୍ଧରେ ଆବଶ୍ୟକ ପଦକ୍ଷେପ ନେଉଛି। 

ସୂଚନା ଅନୁସାରେ, ଏହି ହମଲା ଏକ ଭୂମି ବିବାଦର କିଛି ଘଣ୍ଟା ପରେ ହୋଇଛି, ଯେଉଁଥି ପାଇଁ ବାୟୁସେନା କର୍ମି ଓ ସ୍ଥାନୀୟ ନିବାସୀଙ୍କ ମଧ୍ୟରେ ବିବାଦ ହୋଇଥିଲା। 

ଟିବିଏସ ନ୍ୟୁଜ୍‌ ରିପୋର୍ଟରେ କୁହାଯାଇଛି ଯେ, କାକ୍ସ ବଜାରର ଡେପୁଟୀ କମିଶନର ମହମ୍ମଦ ସଲାହୁଦ୍ଦିନ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସୋମବାର ଦ୍ୱିପ୍ରହରରେ ସ୍ଥାନୀୟ ଲୋକ ଓ ବାୟୁସେନାର ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସଲାହୁଦ୍ଦିନ ଆହୁରି କହିଛନ୍ତି ଯେ, ଏହି ଝଗଡ଼ାର କାରଣର ଯାଞ୍ଚ ଦୁଇ ପକ୍ଷଙ୍କ ସହ କଥାବାର୍ତ୍ତା ମାଧ୍ୟମରେ କରାଯିବ ଏବଂ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

କହି ରଖୁଛୁ କି , ଏହା ସେହି ଅଞ୍ଚଳ,ଯେଉଁଠି ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କୁ ବାଂଲାଦେଶ ସ୍ଥାନ ଦେଇଛି। ଏକ ରିପୋର୍ଟ ମୁତାବିକ , ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବାଂଲାଦେଶର କାକ୍ସ ବଜାର ଜିଲ୍ଲାର ଅଲଗା ଅଲଗା ଶିବିରରେ ରହୁଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ମୁତାବିକ , ଝଗଡ଼ାର ଆରମ୍ଭ ଏକ ଜମି ବିବାଦରୁ ହୋଇଛି। ଏହାପରେ ଉଭୟ ପକ୍ଷଙ୍କର ମଧ୍ୟରେ ହିଂସାକାଣ୍ଡ ବଢିଥିଲା। ସ୍ଥାନୀୟ ଲୋକେ ସେନା ଯବାନଙ୍କ ଉପରେ ପଥର ମାଡ଼ କରିବା ଆରମ୍ଭ କରି ଥିଲେ। ସେନାର ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କଲେ, ଯେଉଁଥିରେ ଉଭୟ ପକ୍ଷର ଲୋକେ ଆହତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.