ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସମ୍ବଲପୁରରେ ମୁଖାପିନ୍ଧା ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୩୦ କେଜି ସୁନା ଗହଣା

Published By : Anindita Ratha | January 3, 2025 12:32 PM

ସମ୍ବଲପୁର,୦୩/୦୧:  ସମ୍ବଲପୁରରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା । ଆଜି ସକାଳୁ ବନ୍ଧୁକ ମୁନରେ ବ୍ୟାଗ ଭର୍ତ୍ତି ସୁନା ଲୁଟ୍ ଅଭିଯୋଗ । ତେବେ ସମ୍ବଲପୁର ଅଇଁଠାପାଲିରେ ଥିବା ମନାପୁରମ ବ୍ରାଞ୍ଚରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି ।  ୩୦ କେଜିର ସୁନା ଅଳଙ୍କାର ଲୁଟିନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଆଜି ସକାଳେ କିଛି ଜଣ ମୁଖାପିନ୍ଧା  ଦୁର୍ବୃତ୍ତ ବୁଢାରାଜା ମନାପୁରମ ବ୍ରାଞ୍ଚରେ ପଶିଥିଲେ । ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହା ପରେ ସେଠାରେ ଥିବା ପ୍ରାୟ ୩୦ କେଜି ସୁନା ସହ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି  ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ବାଇକରେ ୬ଜଣ ଆସି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ବାନ୍ଧି ଡକାୟତି କରିଥିବା ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ  ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ତେବେ  ସମସ୍ତେ ହିନ୍ଦୀରେ କଥାବାର୍ତ୍ତା କରୁଥିବାବେଳେ ସମସ୍ତଙ୍କ ହାତରେ ବନ୍ଧୁକ ରହିଥିଲା । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ପୋଲିସ ସିସିଟିଭି ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହା ସହ ସମସ୍ତ ଅଭିଯୁକ୍ତ ଅଇଁଠାପାଲି ଏନଏଚପଟକୁ ବାହାରି ଯାଇଥିବା କୁହାଯାଉଛି । ସେପଟେ ଘଟଣା ପରେ ପୋଲିସ ଟିମ୍ ଗଠନ କରିବା ସହ ନାକାବନ୍ଦୀ ଆରମ୍ଭ କରିଛି । ଘଟଣା ପରେ ଉତ୍ତରାଞ୍ଚଳ ଆଇଜି ଆସି ଘଟଣାର ଛାନଭିନ୍ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.