ନାଗପୁର : ନାଗପୁରରେ ହନୁମାନ ଜୟନ୍ତୀର ଶୋଭାଯାତ୍ରାରେ ୧୪ ବର୍ଷିୟ ଅଥର୍ଭ ନୋରେଙ୍କ ନିଖୋଜ ଘଟଣା। ଏବେ ତାଙ୍କର ମୃତଦେହ ମିଳିବା ପରେ ଆତଙ୍କ ଖେଳି ଯାଇଛି। ତାଙ୍କର ଅପହରଣ କରି ହତ୍ୟା କରାଯାଇଥିବା କୁହାଯାଉଛି। ଅର୍ଥବଙ୍କ ମୃତଦେହ ଏକ ବଡ଼ ମୁଣା ଭିତରୁ ମିଳିଛି, ତାଙ୍କର ହାତ ଗୋଡ଼ ବନ୍ଧା ହୋଇଥିଲା ଏବଂ ତଣ୍ଟି ଚିପି ପ୍ରଥମେ ତାଙ୍କର ହତ୍ୟା କରାଯାଇ ଥିଲା, ପରେ ତାଙ୍କର ମୃତଦେହକୁ ଅଖା ଭିତରେ ବାନ୍ଧି ଅଭିଯୁକ୍ତମାନେ ତାଙ୍କର ହାତ ଗୋଡ଼ ବାନ୍ଧି ଦେଇ ଥିଲେ।

ଅଥର୍ବ ଏହା ନାଗପୁରର ଗିଟ୍ଟିଖଦାନ ପୁଲିସ ଷ୍ଟେସନ ଅଞ୍ଚଳ ସ୍ଥିତ ମାହୁରେ ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ହନୁମାନ ମନ୍ଦିରରେ ,୨ ଅପ୍ରେଲ ସନ୍ଧ୍ୟା ୫ଟାରେ ସେ ଶୋଭାଯାତ୍ରାରେ ସାମିଲ ହେବାକୁ ଯାଇଥିଲେ। ଏହାପରେ ସେ ଘରକୁ ଆଉ ଫେରି ନଥିଲେ।

ଶୋଭାଯାତ୍ରାରୁ ନିଖୋଜ ହେବା ଓ କେବେ ବି ଏହାର ସୁରାକ୍ ନମିଳିବା କାରଣରୁ ପରିବାର ଲୋକେ ଥାନାରେ ନିଖୋଜ ହେବାର ରିପୋର୍ଟ ରୁଜୁ କରାଇ ଥିଲେ। ସଂପୃକ୍ତ ଅଞ୍ଚଳର ଲୋକେ ଶନିବାର ଗିଟ୍ଟିଖଦାନ ପୁଲିସ ଥାନା ଘେରାଉ କରି ଥିଲେ, ଅଞ୍ଚଳର ହନୁମାନ ମନ୍ଦିର ନିକଟ ରାସ୍ତାକୁ ଜାମ କରି ଆନ୍ଦୋଳନ ମଧ୍ୟ କରି ଥିଲେ।

ଶେଷରେ ୩୬ ଘଣ୍ଟା ପରେ ଶନିବାର ସନ୍ଧ୍ୟା ସମୟ ପ୍ରାୟ ୫ଟାରେ ଅଥର୍ଭଙ୍କର ମୃତଦେହ ଏକ ଅଖାରେ ବନ୍ଧା ହୋଇଥିଲା ଏବଂ ହାତ ଗୋଡ଼ ବନ୍ଧା ହୋଇଥିବା ସ୍ଥିତିରେ ନାଗପୁର ଜିଲ୍ଲାର କଲମେଶ୍ୱର ତହସିଲର ଭରକୱାଡା ଗାଁ ନିକଟରେ ମିଳି ଥିଲା। ପୁଲିସ ଅଥର୍ବଙ୍କ ଅପହରଣ ଓ ହତ୍ୟା ହେବାର ଆଶଙ୍କା କରିଛି। ଗିଟ୍ଟିଖଦାନ ପୁଲିସ ଅପହରଣ ଓ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ଅଧିକାରୀଙ୍କ ଦାବି ଯେ, ଖୁବ୍ ଶୀଘ୍ର ସେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ତାଙ୍କୁ ଗିରଫ କରି ନେବ।

ବର୍ତ୍ତମାନ ପୁଲିସ ଉକ୍ତ ମାମଲାରେ କିଛି ସନ୍ଦିଗ୍ଧ ଲୋକଙ୍କୁ ହେପାଜତକୁ ନେଇଛି। ପୁଲିସ ଏହା ମଧ୍ୟ ଯାଞ୍ଚ କରୁଛି ଯେ, ପିଲାଟିର ଅପହରଣ କରି ତାର ହତ୍ୟା ପଛରେ ଅଭିଯୁକ୍ତଙ୍କ କଣ ଉଦ୍ଦେଶ୍ୟ ଥିଲା।