ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମିଶନ ଶକ୍ତି ଗୃହରେ କରାଯାଇଛି ଦେବୀ ମନ୍ଦିର

Published By : Suraj Kumar | March 1, 2025 10:32 PM

ଚନ୍ଦାହାଣ୍ଡି ,୧।୩ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଧୋଡ଼ିପାଣି ପଞ୍ଚାୟତ ଅଧିନ  ହରଡାପଡା  ଗ୍ରାମର   ଏସଏସଜି ମହିଳାମାନଙ୍କ ବୈଠକ କରିବା ସକାଶେ  ମିଶନ ଶକ୍ତି  ଦ୍ୱାରା ଗୃହ ନିର୍ମାଣ କରାଯାଇଥିଲା। ଛୋଟିମାହୁଲିଠାରେ ଏହି ଗୃହରେ ମିଶନ ଶକ୍ତି  ଦେବୀ ମନ୍ଦିର ନିର୍ମାଣ କରାଯାଇଛି।   ଫଳରେ   ଏସଏସଜି ମା’ ମାନଙ୍କ  ମାସିକ ବୈଠକ  କରିବା ପାଇଁ   ଘୋର ଅସୁବିଧା ହେଉଛି  ବୋଲି ମିଶନ ଶକ୍ତି ମହାସଂଘର ସଭାନେତ୍ରୀ  ଗୌରୀ ବେହେରା  ଅଭିଯୋଗ କରିଛନ୍ତି। ହରଡାପଡା ବ୍ୟତୀତ  ପାଟଖଲିଆ   ପଞ୍ଚାୟତ ସଦରରେ ଶିବ ମନ୍ଦିର କରାଯାଇ ଥିବା ସହ ଅଧିକାଂଶ ପଞ୍ଚାୟତ ରେ ନିର୍ମିତ ମିଶନ ଶକ୍ତି ଗୃହ   ବ୍ୟକ୍ତି ଗତ କବଜା ରେ  ରହିଛି । ଦଳବେଡା ସଦର  ପଞ୍ଚାୟତ ସମ୍ମୁଖ ରେ ରହି ଥିବା ମିଶନ ଶକ୍ତି ଗୃହ ଅର୍ଦ୍ଧ ନିର୍ମାଣ  ଅବସ୍ଥା ରେ ପଡି ରହିଛି l  ଏହା ଛଡା ୪ବର୍ଷ ରୁ ଉର୍ଦ୍ଧ ହେବ   ମିଶନ ଶକ୍ତି କାର୍ଯ୍ୟଳୟ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ଥିଲେ ମଧ୍ୟ l ଏ ପର୍ଯ୍ୟନ୍ତ ହସ୍ତାନ୍ତର ହୋଇ ନ ଥିବା ଫଳରେ ମିଶନ   ଶକ୍ତିର ବୈଠକ ଏବଂ   ଅଫିସ କାର୍ଯ୍ୟ ଅତି ଦୟନିୟ ଅବସ୍ଥାରେ ଚାଲୁ ଥିବା ନେଇ   ସଭାନେତ୍ରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି l  

ମିଶନ ଶକ୍ତି   ଏସଏସଜି ମହିଳାମାନଙ୍କ ମାସିକ ବୈଠକ କରିବା ପାଇଁ ୩ ଲକ୍ଷ ଅଟକଲ ମୂଲ୍ୟ ର   ଏକ  ମିଶନ ଶକ୍ତି  ଗୃହ ଧୋଡ଼ିପାଣି ପଞ୍ଚାୟତ ହରଡାପଡାରେ ମଞ୍ଜୁର ହୋଇ ଥିଲା l ଗୃହ ନିର୍ମାଣ ହେବା ପରେ  ଏହାକୁ ଗ୍ରାମବାସୀ  ମିଶନ ଶକ୍ତି ଛୋଟି ମାହୋଲି   ଦେବୀ ମନ୍ଦିର କରିଥିଲେ।  ଫଳରେ  ଏସଏସଜି ମହିଳାମାନଙ୍କ ବୈଠକ ପାଇଁ ଘୋର ଅସୁବିଧା ଦେଖା ଯିବା ସହ ଏଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l  ଏ ସମ୍ପର୍କ ରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଥୟ ପଟେଲଙ୍କୁ ପଚାରିବାରୁ  ଘଟଣା କୁ ସ୍ୱୀକାର କରିବା ସହ   ଏହା ସେ ସମୟ ରେ ଜନ ପ୍ରତିନିଧି ମାନେ ଏବଂ ଗ୍ରାମବାସୀ  ସେପରି କରିବାକୁ   ଦାବୀ  କରିଥିଲେ।  ଫଳ ରେ ଏ ପରି ହୋଇ ଛି ବୋଲି ସେ ପ୍ରକାଶ କରିଛନ୍ତି l   ଏ ବାବଦ ରେ  ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଟି. ନିରଞ୍ଜନଙ୍କୁ ପଚାରିବାରୁ  ଚନ୍ଦାହାଣ୍ଡି ବ୍ଲକ ରେ ମିଶନ ଶକ୍ତି ଗୃହକୁ ଦେବା ଦେବୀ ମନ୍ଦିର କରିବା   ଠିକ ନୁହେଁ l ବ୍ଲକରେ ମିଶନ ଶକ୍ତି   ଗୃହ ଦୀର୍ଘଦିନରୁ ହସ୍ତାନ୍ତର ହୋଇ ନ ଥିବା ଖବର ରହିଛି l  ଏ ବାବଦରେ  ଆର  ଏନ ବି  ପରିଣ୍ଟେଣ୍ଡେଣ୍ଟକୁ  ସାକ୍ଷାତ କରି ୧୫ ରୁ ୨୦ ଦିନ ମଧ୍ୟ ରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି l   ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.