ଚନ୍ଦାହାଣ୍ଡି ,୧।୩ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଧୋଡ଼ିପାଣି ପଞ୍ଚାୟତ ଅଧିନ  ହରଡାପଡା  ଗ୍ରାମର   ଏସଏସଜି ମହିଳାମାନଙ୍କ ବୈଠକ କରିବା ସକାଶେ  ମିଶନ ଶକ୍ତି  ଦ୍ୱାରା ଗୃହ ନିର୍ମାଣ କରାଯାଇଥିଲା। ଛୋଟିମାହୁଲିଠାରେ ଏହି ଗୃହରେ ମିଶନ ଶକ୍ତି  ଦେବୀ ମନ୍ଦିର ନିର୍ମାଣ କରାଯାଇଛି।   ଫଳରେ   ଏସଏସଜି ମା’ ମାନଙ୍କ  ମାସିକ ବୈଠକ  କରିବା ପାଇଁ   ଘୋର ଅସୁବିଧା ହେଉଛି  ବୋଲି ମିଶନ ଶକ୍ତି ମହାସଂଘର ସଭାନେତ୍ରୀ  ଗୌରୀ ବେହେରା  ଅଭିଯୋଗ କରିଛନ୍ତି। ହରଡାପଡା ବ୍ୟତୀତ  ପାଟଖଲିଆ   ପଞ୍ଚାୟତ ସଦରରେ ଶିବ ମନ୍ଦିର କରାଯାଇ ଥିବା ସହ ଅଧିକାଂଶ ପଞ୍ଚାୟତ ରେ ନିର୍ମିତ ମିଶନ ଶକ୍ତି ଗୃହ   ବ୍ୟକ୍ତି ଗତ କବଜା ରେ  ରହିଛି । ଦଳବେଡା ସଦର  ପଞ୍ଚାୟତ ସମ୍ମୁଖ ରେ ରହି ଥିବା ମିଶନ ଶକ୍ତି ଗୃହ ଅର୍ଦ୍ଧ ନିର୍ମାଣ  ଅବସ୍ଥା ରେ ପଡି ରହିଛି l  ଏହା ଛଡା ୪ବର୍ଷ ରୁ ଉର୍ଦ୍ଧ ହେବ   ମିଶନ ଶକ୍ତି କାର୍ଯ୍ୟଳୟ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ଥିଲେ ମଧ୍ୟ l ଏ ପର୍ଯ୍ୟନ୍ତ ହସ୍ତାନ୍ତର ହୋଇ ନ ଥିବା ଫଳରେ ମିଶନ   ଶକ୍ତିର ବୈଠକ ଏବଂ   ଅଫିସ କାର୍ଯ୍ୟ ଅତି ଦୟନିୟ ଅବସ୍ଥାରେ ଚାଲୁ ଥିବା ନେଇ   ସଭାନେତ୍ରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି l  

ମିଶନ ଶକ୍ତି   ଏସଏସଜି ମହିଳାମାନଙ୍କ ମାସିକ ବୈଠକ କରିବା ପାଇଁ ୩ ଲକ୍ଷ ଅଟକଲ ମୂଲ୍ୟ ର   ଏକ  ମିଶନ ଶକ୍ତି  ଗୃହ ଧୋଡ଼ିପାଣି ପଞ୍ଚାୟତ ହରଡାପଡାରେ ମଞ୍ଜୁର ହୋଇ ଥିଲା l ଗୃହ ନିର୍ମାଣ ହେବା ପରେ  ଏହାକୁ ଗ୍ରାମବାସୀ  ମିଶନ ଶକ୍ତି ଛୋଟି ମାହୋଲି   ଦେବୀ ମନ୍ଦିର କରିଥିଲେ।  ଫଳରେ  ଏସଏସଜି ମହିଳାମାନଙ୍କ ବୈଠକ ପାଇଁ ଘୋର ଅସୁବିଧା ଦେଖା ଯିବା ସହ ଏଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l  ଏ ସମ୍ପର୍କ ରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଥୟ ପଟେଲଙ୍କୁ ପଚାରିବାରୁ  ଘଟଣା କୁ ସ୍ୱୀକାର କରିବା ସହ   ଏହା ସେ ସମୟ ରେ ଜନ ପ୍ରତିନିଧି ମାନେ ଏବଂ ଗ୍ରାମବାସୀ  ସେପରି କରିବାକୁ   ଦାବୀ  କରିଥିଲେ।  ଫଳ ରେ ଏ ପରି ହୋଇ ଛି ବୋଲି ସେ ପ୍ରକାଶ କରିଛନ୍ତି l   ଏ ବାବଦ ରେ  ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଟି. ନିରଞ୍ଜନଙ୍କୁ ପଚାରିବାରୁ  ଚନ୍ଦାହାଣ୍ଡି ବ୍ଲକ ରେ ମିଶନ ଶକ୍ତି ଗୃହକୁ ଦେବା ଦେବୀ ମନ୍ଦିର କରିବା   ଠିକ ନୁହେଁ l ବ୍ଲକରେ ମିଶନ ଶକ୍ତି   ଗୃହ ଦୀର୍ଘଦିନରୁ ହସ୍ତାନ୍ତର ହୋଇ ନ ଥିବା ଖବର ରହିଛି l  ଏ ବାବଦରେ  ଆର  ଏନ ବି  ପରିଣ୍ଟେଣ୍ଡେଣ୍ଟକୁ  ସାକ୍ଷାତ କରି ୧୫ ରୁ ୨୦ ଦିନ ମଧ୍ୟ ରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି l   ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି।