ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକାଶକୁ ଯିବାର ସ୍ବପ୍ନ ରହିଗଲା ଅଧା, ୧୬୬ ଲୋକଙ୍କ ଚିତାଭସ୍ମ ନେଇ ଯାଇଥିବା କ୍ୟାପସୁଲ ସମୁଦ୍ରରେ ଖସି ପଡିଲା

Published By : Harapriya Biswal | July 8, 2025 7:39 PM

ନୂଆଦିଲ୍ଲୀ,୮।୭: ଜର୍ମାନ ଷ୍ଟାର୍ଟଅପ୍ କମ୍ପାନୀର ଏକ୍ସପ୍ଲୋରେସନ୍‌ର 'ମିଶନ ପସିବଲ୍' ହେଲା ଫେଲ୍। ମୃତ୍ୟୁ ହୋଇସାରିଥିବା ୧୬୬ ଜଣଙ୍କ ଚିତାଭସ୍ମକୁ ମହାକାଶକୁ ପଠାଇଥିଲା ଏହି କମ୍ପାନୀ। ଯେଉଁମାନେ ଚାହୁଁଥଲେ ମୃତ୍ୟୁ ପରେ ସେମାନଙ୍କର ଶେଷ ଗନ୍ତବ୍ୟସ୍ଥଳ ପୃଥିବୀ ନୁହେଁ ବରଂ ମହାକାଶ ହେଉ। 'ମିଶନ ପସିବଲ୍' ନାମକ ଏହି ଅଭିଯାନରେ, ଚିତାଭସ୍ମ ପାଉଁଶ ଭର୍ତ୍ତି ଏକ କ୍ୟାପସୁଲ୍କୁ ଏକ ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯାଇଥିଲା। କିନ୍ତୁ କିଛି ସମୟ ମଧ୍ୟରେ ଏହି କ୍ୟାପସୁଲ୍ ପୃଥିବୀକୁ ଫେରି ଆସିଲା ଏବଂ ଶେଷରେ ପ୍ରଶାନ୍ତ ମହାସାଗରରେ ପଡ଼ି ସମୁଦ୍ରର ଗଭୀରତାରେ ହଜିଗଲା। 

କମ୍ପାନୀ ଏହାକୁ "ଆଂଶିକ ସଫଳତା" ବୋଲି କହିଛି, କିନ୍ତୁ ଏହି ଘଟଣା  ଏହି ସ୍ୱତନ୍ତ୍ର କ୍ୟାପସୁଲ୍ ଏକ ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯାଇଥିଲା। କମ୍ପାନୀ ଅନୁଯାୟୀ, ଏହି କ୍ୟାପସୁଲ୍ ଦୁଇଥର ପୃଥିବୀ ପରିକ୍ରମା କରିବାରେ ସଫଳ ହୋଇଥିଲା। ଏହା କିଛି ସମୟ ପାଇଁ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥିର ରହିଥିଲା ଏବଂ କିଛି ବୈଷୟିକ ପରୀକ୍ଷଣ ମଧ୍ୟ ସଫଳତାର ସହିତ ସମାପ୍ତ କରିଥିଲା।

ମିଶନ ପରେ, ଉକ୍ତ  କମ୍ପାନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲା ଯେ କ୍ୟାପସୁଲର ଉତକ୍ଷେପଣ ସଫଳ ହୋଇଛି। ଉତକ୍ଷେପଣ ପରେ, କ୍ୟାପସୁଲଟି ଏହାର କକ୍ଷପଥରେ ସ୍ଥିର ହୋଇଯାଇଥିଲା ଏବଂ ବ୍ଲାକ୍ଆଉଟ୍ ପରେ ଯୋଗାଯୋଗ ମଧ୍ୟ ପୁନଃସ୍ଥାପିତ ହୋଇଥିଲା। କିନ୍ତୁ ଯେତେବେଳେ ଏହା ପୃଥିବୀକୁ ଫେରିବା ଆରମ୍ଭ କଲା, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେ ଏହା ସହିତ ଯୋଗାଯୋଗ ହରାଇଥିଲୁ। କମ୍ପାନୀ ଏହି ମିଶନକୁ ଆଂଶିକ ସଫଳତା ବୋଲି କହିଛି। କାରଣ ଉତକ୍ଷେପଣ ଏବଂ କକ୍ଷପଥରେ ସ୍ଥିରତା ଭଳି ଯାନ୍ତ୍ରିକ ପ୍ରକ୍ରିୟା ସଫଳ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.