ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ଲୋକସଭା ଆସନ ହ୍ରାସ କରିବାର ଭୟ ଦେଖାଇ ଷ୍ଟାଲିନ୍ ଏକାଠି କଲେ ୩୫ ଦଳ, ପିଏମ୍ ମୋଦିଙ୍କୁ ଦେଲେ ଅଟଳଙ୍କ ଫର୍ମୁଲା

Published By : Prameya | March 5, 2025 5:03 PM

ନୂଆଦିଲ୍ଲୀ,୫।୩: ଲୋକସଭା ଆସନରସୀମା ନିର୍ଦ୍ଧାରଣକୁ ନେଇ ବୁଧବାର ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ୩୫ ଦଳର ବୈଠକ ହୋଇଛି। ଏହି ବୈଠକରେ ଷ୍ଟାଲିନ୍‌ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଯାହା ଉପରେ ସମସ୍ତେ ଏକମତରୁ ସହମତି ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଗାଯାଇଛି ଯେ, ସୀମା ନିର୍ଦ୍ଧାରଣ ପାଇଁ ୧୯୭୧ ର ଜନଗଣନା ଅନୁପାତକୁ ହିଁ ଆଧାର ବୋଲି ମନେକରାଯାଇଛି। ଏହାର ଆଧାରରେ ଲୋକସଭା ଆସନ ଧାର୍ଯ୍ୟ କରାଯାଉ ଓ ଏହାର ସୀମା ଆଗାମୀ ୩୦ ବର୍ଷ ପାଇଁ ବଜାୟ ରଖାଯିବ। ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଯେ, ଦକ୍ଷିଣ ଭାରତ ବ୍ୟତୀତ ଅନ୍ୟ ରାଜ୍ୟକୁ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରୋତ୍ସାହିତ କରାଯାଉ। ଏହି ମିଟିଂରେ ମୁଖ୍ୟ ବିରୋଧି ଦଳ ଏଆଇଏଡିଏମ୍‌କେର ନେତା ମଧ୍ୟ ଉପସ୍ଥିତ ରହିବେ। ଏହି ପ୍ରସ୍ତାବରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କୁ ସମ୍ବିଧାନରେ ସଂଶୋଧନ କରିବା ଦରକାର ଓ ଏହା ଧାର୍ଯ୍ୟ କରାଯାଉ। ଯଦି ସାଂସଦଙ୍କ ସଂଖ୍ୟା ବଢେ ତେବେ ଏହାର ଅନୁମାନ ବର୍ତ୍ତମାନ ଭଳି ହିଁ ରହୁ। 

ତାଙ୍କର ସ୍ପଷ୍ଟ ଦାବି ଥିଲା ଯେ, ଯଦି ନୂଆ ଜନଗଣନା ସଂଖ୍ୟାକୁ ଆଧାର କରି ସୀମା-ନିର୍ଦ୍ଧାରଣ ହୋଇଛି ଓ ଆସନ ବଢେ ତେବେ ଏହାର ଅନୁପାତ ସେଠାରେ ରହୁ। ଯାହାକି ବର୍ତ୍ତମାନ  ଜାରି ରହିଛି। ସେ କହିଛନ୍ତି, ତାମିଲନାଡୁ ସହିତ ଦକ୍ଷିଣ ଭାରତ ରାଜ୍ୟ ସହ ଏଭଳି କିଛି ନହେବା ଦରକାର। ତାଙ୍କର ଆସନ କମ୍ ହେଉ ଓ ତାଙ୍କର ରାଜନୈତିକ ଶକ୍ତି ମଧ୍ୟ ହ୍ରାସ ପାଇ ଯାଉ। ତାଙ୍କର ବୈଠକରେ ବିଜେପି ବ୍ୟତୀତ ୪ଟି ଅନ୍ୟ ଦଳର ନେତା ପହଁଞ୍ଚି ନଥିଲେ। ବିଜେପି କହିଛି ରାଜ୍ୟରେ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ରହିଛି ଓ ଏଥିରୁ ଧ୍ୟାନ ହଟାଇବା ପାଇଁ ଏମ୍‌କେ ଷ୍ଟାଲିନ୍ ସୀମା-ନିର୍ଦ୍ଧାରଣ କାର୍ଡ ଖେଳୁଛନ୍ତି। ବିଜେପିର ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇ ଓ ହୋମ ମିନିଷ୍ଟର ଅମିତ ଶାହ ଦୋହରାଇ ସାରିଛନ୍ତି ଯେ, ଦକ୍ଷିଣ ଭାରତର ରାଜ୍ୟର ଆସନ କମ୍ ହେବନି। 

ସିଏମ୍ ଷ୍ଟାଲିନ୍ ପୁଇଥରେ କହିଛନ୍ତି, ସାଂସଦଙ୍କ ସଂଖ୍ୟା ବଢିବା ଦ୍ବାରା କୌଣସି ସମସ୍ୟା ନାହିଁ, କିନ୍ତୁ ଆମର ଶକ୍ତିରେ କୌଣସି ଅଭାବ ନରହୁ। ସେ କହିଛନ୍ତି, ଆମର ଏଠାରେ ଲୋକମାନେ ଫ୍ୟାମିଲି ପ୍ଲାନିଂ କରିଛନ୍ତି। ଏହାପରେ ଆମକୁ ଏହାର ସଜା ମିଳିଲେ ତାହା ଅନ୍ୟାୟ। ପ୍ରସ୍ତାବରେ କୁହାଯାଇଛି ଯେ,  ସବୁ ରାଜ୍ୟରେ ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୦ ରେ ଭରସା ଦେଇଥିଲେ ଯେ, ୧୯୭୧ ର ଜନଗଣନା ସଂଖ୍ୟା ଅନୁସାରେ ହିଁ ସୀମା-ନିର୍ଦ୍ଧାରଣ କରାଯାଉ। ଏବେ ପିଏମ୍ ମୋଦିଙ୍କୁ ମଧ୍ୟ ଏଭଳି ଭରସା ଦେବା ଦରକାର ଯେ, ୨୦୨୬ରୁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଲୋକସଭା ଆସନର ସୀମା-ନିର୍ଦ୍ଧାରଣର ଏହାର ପରିଣାମ ବଜାୟ ରହିବ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.