ଝାରସୁଗୁଡା,୧୮/୫ : ଓଡ଼ିଶା ରାଇଫଲ୍ ଆସୋସିଏସନ୍ ସହିତ ଜଡ଼ିତ ଝାରସୁଗୁଡା ସୁଟିଂ ସ୍ପୋର୍ଟ୍ସ ଆସୋସିଏସନ୍ ଦ୍ୱାରା ଆୟୋଜିତ ୧୦ମିଟର ସୁଟିଂ ରେଞ୍ଜର ଉଦଘାଟନ କଲେ ବିଧାୟକ ଟଂକଧର ତ୍ରିପାଠୀ । ଆଜି ସ୍ଥାନୀୟ ଓଏସଏପିଠାରେ ଉଦଘାଟନୀ ଉତ୍ସବରେ ଯୋଗଦେଇ ଆୟୋଜକଙ୍କୁ ପ୍ରଶଂସା କରିବା ସହ ଝାରସୁଗୁଡ଼ାକୁ ସବୁ କ୍ଷେତ୍ରରେ ଆଗେଇ ନେବାର ସଂକଳ୍ପକୁ ଦୋହରାଇଥିଲେ ।
ଆକାଂକ୍ଷୀ ସୁଟରମାନଙ୍କୁ ଉତ୍ସାହିତ କରିବା ଏବଂ ଜିଲ୍ଲାରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଜରୁରୀ ବେଲି କହିଥିଲେ ।