ଭୁବନେଶ୍ୱର,୨୩/୦୧: ଭୁବନେଶ୍ୱରର ରାଜମହଲ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା । ମୋ ବସ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ମୋ ବସ୍‌ । ତା ପଛକୁ ଆଉ ଦୁଇଟି କାର୍‌ ମଧ୍ୟ ପିଟି ହୋଇଛି । ଏହି ର୍ଘଟଣାରେ ମୋଟ ୪ ଟି ଗାଡ଼ି ପଛକୁ ପଛ ପିଟି ହୋଇଛି । ଦୁର୍ଘଟଣା ହେବା ଫଳରେ ରାଜମହଲ ରାସ୍ତା ଜାମ୍‌ ହୋଇଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଜନପଥ ରୋଡ୍‌ର ରାଜମହଲ ଛକ ନିକଟରେ ଏକ ମୋ ବସ୍‌କୁ ଆଉ ଏକ ମୋ ବସ୍‌ ପଛପଟୁ  ଧକ୍କା ଦେଇଥିଲା । ଏହାର କିଛି ସେକେଣ୍ଡ ଭିତରେ ଉକ୍ତ ମୋ ବସ୍‌ ପଛକୁ ପଛ ଆଉ ଦୁଇଟି କାର୍‌ ଧକ୍କା ହୋଇଥିଲା । ଫଳରେ ଏହି ସିରିଜ୍‌ ଦୁର୍ଘଟଣାରେ ମୋଟ ୪ ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ରାସ୍ତା ଜାମ୍‌ ହୋଇଯାଇଥିଲା । ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।