ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌

Published By : Harapriya Sethi | January 23, 2025 10:45 AM

ଭୁବନେଶ୍ୱର,୨୩/୦୧: ଭୁବନେଶ୍ୱରର ରାଜମହଲ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା । ମୋ ବସ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ମୋ ବସ୍‌ । ତା ପଛକୁ ଆଉ ଦୁଇଟି କାର୍‌ ମଧ୍ୟ ପିଟି ହୋଇଛି । ଏହି ର୍ଘଟଣାରେ ମୋଟ ୪ ଟି ଗାଡ଼ି ପଛକୁ ପଛ ପିଟି ହୋଇଛି । ଦୁର୍ଘଟଣା ହେବା ଫଳରେ ରାଜମହଲ ରାସ୍ତା ଜାମ୍‌ ହୋଇଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଜନପଥ ରୋଡ୍‌ର ରାଜମହଲ ଛକ ନିକଟରେ ଏକ ମୋ ବସ୍‌କୁ ଆଉ ଏକ ମୋ ବସ୍‌ ପଛପଟୁ  ଧକ୍କା ଦେଇଥିଲା । ଏହାର କିଛି ସେକେଣ୍ଡ ଭିତରେ ଉକ୍ତ ମୋ ବସ୍‌ ପଛକୁ ପଛ ଆଉ ଦୁଇଟି କାର୍‌ ଧକ୍କା ହୋଇଥିଲା । ଫଳରେ ଏହି ସିରିଜ୍‌ ଦୁର୍ଘଟଣାରେ ମୋଟ ୪ ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ରାସ୍ତା ଜାମ୍‌ ହୋଇଯାଇଥିଲା । ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.