ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

Mo Bus: ଆଉ ଏକ ମୁଣ୍ଡ ନେଲା ମୋ ବସ୍; ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

Published By : Bijay Swain | February 15, 2025 12:05 AM

ଭୁବନେଶ୍ୱର: ପୁଣି ମୋ ବସ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାର ଶିକାର ହେଲେ ମହିଳାଙ୍କ। ବସ୍ ଚକା ତଳେ ଚାଲିଗଲା ଜଣେ ମହାଳାଙ୍କ ଜୀବନ। ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଓଭରବ୍ରିଜ୍ ତଳେ ଏହି ଦୁର୍ଘଟଣା ଘଟିଛି। ଜଣେ ମହିଳାଙ୍କ ଜୀବନ ନେବାସହ ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା ମୋ ବସ୍‌। କେବଳ ସେତିକି ନୁହେଁ, ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି ମଧ୍ୟ ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। 

କିଛି ଦିନ ତଳେ ଭୁବନେଶ୍ୱରର ନନ୍ଦନକାନନ ନିକଟରେ ଜଣେ ଛୋଟ ଝିଅ ରାସ୍ତା ପାର୍‌ ହେଉଥିବା ବେଳେ ମୋ ବସ୍‌ ଚଢିଯାଇଥିଲା। ଫଳରେ ଝିଅଟିର ଘଟମାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୪ ନଭେମ୍ବର ୨ ତାରିଖରେ  ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ବାମ ହାତ ହରାଇଥିଲେ ଜଣେ ଯୁବତୀ। ୨୦୨୪ ଅକ୍ଟୋବରରେ କଟକ ନେତାଜୀ ବସ୍ ଟର୍ମିନାଲରେ ନିକଟରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। 

ଜାନୁଆରୀ ୨୩ରେ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକରେ ମୋ ବସ୍ ଦ୍ୱାରା ହୋଇଥିବା ସିରିଜ୍ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିଲେ। ୨୦୨୨ରେ ମୋ ବସ୍ ଧକ୍କାରେ ୧୯୭ ଜଣ ଆହତ ହୋଇଥିବା ବେଳେ, ୨୦୨୩ରେ ୨୮୨ ଜଣ ଏବଂ  ୨୦୨୪ରେ ଏହି ସଂଖ୍ୟା ଆହୁରି ବଢିବଢି ଚାଲିଛି। ସରକାର ଏନେଇ ଠୋସ ପଦକ୍ଷେପ ନେଉ ନଥିଲା ବେଳେ ଏହାକୁ ନେଇ ଲୋକମାନଙ୍କ ଭିତରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.