ବଡବିଲ,୭।୮ : ଯୋଡ଼ା ଥାନା କଣ୍ଡ୍ରା ହାଟରେ ହତ୍ୟାକାଣ୍ଡ । ହାଟରେ ମୋବାଇଲ୍ କଭର୍ ଦୋକାନ କରିଥିବା ଜଣେ ଦୋକାନୀକୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ଚମ୍ପୁଆ ଥାନା ଅଲ୍ଲୀ ନଗର ଅଞ୍ଚଳର ଏମ୍. ଡି. ସଦ୍ଦାମ୍ ଓରଫ୍ ରାଜା ।
ତେବେ କେଉଁମାନେ ଓ କେଉଁ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା କିଛି ସ୍ପଷ୍ଟ ହୋଇପାରିନାହିଁ । ଘଟଣା ସ୍ଥଳରେ ଦୁର୍ବୃତ୍ତମାନେ ଏକ ସ୍କୁଟି ଛାଡ଼ି ଯାଇଛନ୍ତି । ମୃତ ଶରୀର ଏବେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି । ଯୋଡ଼ା ପୋଲିସ ଘଟଣାକୁ ନେଇ ତନାଘନା ଚଳାଇଛି । ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସୂଚନା ମିଳିଛି ।