ନୂଆଦିଲ୍ଲୀ ୨୧/୦୫: ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବେଶ ଜଣାଶୁଣା । ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସଦ୍ୟ ଇନ୍‌ଷ୍ଟାଗ୍ରାମ୍ ରିଲ୍ ଏହାକୁ ପୁଣି ଥରେ ପ୍ରମାଣ କରିଛି । ‘ମେଲୋଡି’ (ମେଲୋନି ଓ ମୋଦି)ଙ୍କ ନାମରେ ପ୍ରସିଦ୍ଧ ଏହି ଯୋଡ଼ିର ନୂଆ ଭିଡିଓ ଇଣ୍ଟରନେଟ୍ରେ ଭ୍ୟୁ ଓ ଲାଇକ୍ର ସୁନାମି ଆଣିଛି । ମୋଦି ନିଜ ଇନ୍‌ଷ୍ଟାଆକାଉଣ୍ଟ ଜରିଆରେ ମେଲୋନିଙ୍କ ସହ ଏକ ଦମ୍‌ଦାର ରିଲ୍ ଶେୟାର କରିଛନ୍ତି । ଏହାକୁ ମୋଦିଙ୍କର ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ‘ମେଲୋଡି’ ଉପହାର ବୋଲି କୁହାଯାଉଛି ।

 

ଭିଡିଓ ପୋଷ୍ଟ ହେଉ ହେଉ ଭାଇରାଲ ହୋଇଛି ଏବଂ ସୋସିଆଲ ମିଡିଆର ସବୁ ରେକର୍ଡ ଭାଙ୍ଗିଛି । ମାତ୍ର ୩ ଘଣ୍ଟା ଭିତରେ ଏହି ରିଲ୍‌କୁ ୬.୧ କୋଟିରୁ ଅଧିକ ୟୁଜର୍ ଦେଖିସାରିଛନ୍ତି । ୪୦ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି ଏବଂ ୧ ଲକ୍ଷ ୮୧ ହଜାରରୁ ଅଧିକ କମେଣ୍ଟ ଆସିଛି । କୌଣସି ବିଶ୍ୱ ନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ପ୍ରକାର ଟ୍ରାଫିକ୍ ଐତିହାସିକ । ମେଲୋଡି ଓ ମୋଦିଙ୍କ ସାକ୍ଷାତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ ଖୁବ୍ ପସନ୍ଦ କରୁଛନ୍ତି । ଦୁଇ ନେତାଙ୍କ ନାଁକୁ ଯୋଡ଼ି ହାଶ୍‌ଟ୍ୟାଗ୍ କରିଛନ୍ତି, ଯାହା ଟପ୍ ଟ୍ରେଣ୍ଡରେ ରହିଛି । ଏହି ନୂଆ ରିଲ୍ ପୁଣି ମୋଦିମେଲୋନିଙ୍କ ଫ୍ୟାନ୍‌ଙ୍କୁ ଚର୍ଚ୍ଚାର ଖୋରାକ ଦେଇଛି । ଲୋକେ ଦୁଇ ନେତାଙ୍କୁ ଦମ୍‌ଦାର ଯୋଡ଼ି ଓ କୂଟନୈତିକ ବନ୍ଧୁତାକୁ ଖୁବ୍ ପ୍ରଶଂସା କରୁଛନ୍ତି । ସୂଚନାଯୋଗ୍ୟ, ଇନ୍‌ଷ୍ଟାରେ ମୋଦିଙ୍କ ଫଲୋଅର୍ ସଂଖ୍ୟା ୧୦ କୋଟିରୁ ଅଧିକ, ଯାହା କୌଣସି ହଲିଉଡ୍ ଓ ବଲିଉଡ୍ ସୁପରଷ୍ଟାର୍‌ଙ୍କଠୁ ବି ଅଧିକ ।

ଆହୁରି ପଢ଼ନ୍ତୁ...ମେଲୋନିଙ୍କୁ 'ମେଲୋଡି ଚକୋଲେଟ୍' ଦେଲେ ମୋଦି; ଧନ୍ୟବାଦ ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ