ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମହମ୍ମଦ ସାମି ସିକ୍ରେଟ୍; ୧୦ ବର୍ଷ ହେବ ବେଳାଏ ଖାଉଛନ୍ତି, ପାକ୍ ବିପକ୍ଷ ମ୍ୟାଚ ପୂର୍ବରୁ କମାଇଛନ୍ତି ୯ କେଜି ୱେଟ୍

Published By : Ankita S | February 23, 2025 9:01 AM

ନୂଆଦିଲ୍ଲୀ,୨୩/୦୨: ଭାରତର ଷ୍ଟାର ବୋଲର ମହମ୍ମଦ ସାମି । ୧୪ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ନିଜ ଶକ୍ତିର ପ୍ରମାଣ ଦେଇ ସାରିଛନ୍ତି । ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରି ୨୦୦ ଦିନିକିଆ କ୍ଲବରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ପରେ କ୍ରିକେଟକୁ ଫେରି ପ୍ରଭାବୀ ପ୍ରଦର୍ଶନ ବଳରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ନିକଟରେ ମହମ୍ମଦ ସାମି ତାଙ୍କ ଫିଟନେସକୁ ନେଇ ଏକ ସିକ୍ରେଟ୍ ରିଭିଲ କରିଛନ୍ତି । ଜାଣିବାକୁ ପଢନ୍ତୁ ପୂରା ରିପୋର୍ଟ ।

୧୦ ବର୍ଷ ହେବ ଓଳିଏ ଖାଉଛନ୍ତି ସାମି- ଶରୀରକୁ ଫିଟ୍ ରଖିବାକୁ ସୁସ୍ଥ ରହିବାକୁ ଦୀର୍ଘଦିନ ଧରି ଜଳିଖିଆ ଓ ମଧ୍ୟାହ୍ନଭୋଜନଠୁ ଦୂରରେ ରହିଛନ୍ତି ମହମ୍ମଦ ସାମି । ଦିନ କି ମାସ ନୁହେଁ ପ୍ରାୟ ୧୦ ବର୍ଷ ହେବ ଓଳିଏ ଖାଉଛନ୍ତି ସେ । ଏକଦମ ଫିଟ୍ ରହିଛନ୍ତି । ସେଥିପାଇଁ ୩୪ ବର୍ଷ ୨୪ ବର୍ଷୀୟଙ୍କ ପରି ବୋଲିଂ କରିବାର ଶ୍ରେୟ ନିଜ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଦେଇଛନ୍ତି । ସେ କେବଳ ରାତ୍ରୀ ଭୋଜନ ଖାଇଥାନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ୨୦୧୫ ପରଠୁ ମୁଁ ଦିନକୁ ଥରେ ମାତ୍ର ଭୋଜନ କରି ଆସୁଛି । କେବଳ ଡିନର କରିଥାଏ । ସକାଳ ଜଳଖିଆ ଖାଏ ନାହିଁ କି ମଧ୍ୟାହ୍ନ ଭୋଜନ କରେ ନାହିଁ । ଏହା କରିବା କଷ୍ଟ କିନ୍ତୁ ମୋର ଅଭ୍ୟାସ ହୋଇଯାଇଛି ।

ଅଧିକ ପଡନ୍ତୁ...ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍: ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା

କମାଇଛନ୍ତି ୯କେଜି ଓଜନ- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମହମ୍ମଦ ସାମି ୯ କେଜି ଓଜନ କମାଇଛନ୍ତି । ବିଶ୍ବକପ ପରେ ଆହତ ହୋଇ ଦୀର୍ଘ ଦିନ ହେବ କ୍ରିକେଟରୁ ଦୂରରେ ରହିଥିଲେ । ଏହି ସମୟରେ ତାଙ୍କ ଓଜନ ପାଖାପାଖି ୯୦ କେଜି ଛୁଇଁଥିଲା । ତେଣୁ ସେ ସ୍ପେଶାଲ ଡାଏଟ ପ୍ଲାନ ଫଲୋ କରିବା ସହ ନିୟମିତ ବ୍ୟାୟାମ କରି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ୯ କିଲୋଗ୍ରାମ ଓଜନ କମାଇଛନ୍ତି । ଆଜି ପାକିସ୍ତାନ ବିପକ୍ଷରେ ସାମିଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ଚାହିଁରହିଛନ୍ତି ଫ୍ୟାନ୍ସ ।



ଭାରତ- ପାକ୍ ବିଗ୍ ଫାଇଟ୍- ଆଜି ସୁପର ସନଣ୍ଡେରେ ସୁପର ଫାଇଟ୍ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ । ଏହା କେବଳ ଏକ ମ୍ୟାଚ ନୁହେଁ ଯୁଦ୍ଧ ସହ ସମାନ । ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ ହାରି ଚାପରେ ରହିଛି ପାକିସ୍ତାନ । ମ୍ୟାଚ ହାତେଇ ସେମି ଟିକେଟ୍ ଲକ୍ଷ୍ୟରେ ରହିଛି ରୋହିତସେନା । ପାକିସ୍ତାନକୁ ହରାଇ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଇଣ୍ଡିଆ । ଅନ୍ୟ ପଟେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି ସହ ସମାନ । ଅପରାହ୍ନ ୨ଟା୩୦ରେ ମ୍ୟାଚ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.