ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହମ୍ମଦ ସାମିଙ୍କ ଜବରଦସ୍ତ କମବ୍ୟାକ,ବର୍ଡର-ଗାଭାସ୍କର ଟ୍ରଫିରେ ହୋଇପାରନ୍ତି ସାମିଲ

Published By : Ankita S | November 15, 2024 9:05 AM

ମୁମ୍ବାଇ,୧୫/୧୧: ପାଖାପାଖି ବର୍ଷେ ପରେ କ୍ରିକେଟ ମୈଦାନକୁ ଫେରିଥିବା ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଜବରଦସ୍ତ କମବ୍ୟାକ କରିଛନ୍ତି । ରଣଜୀ ଟ୍ରଫି ଜରିଆରେ କ୍ରିକେଟକୁ ଫେରିଥିବା ସାମି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ୪ଟି ୱିକେଟ ନେଇଛନ୍ତି । ଭାରତୀୟ ଷ୍ଟାର ପେସ୍ ବୋଲରଙ୍କ ଏହି କମବ୍ୟାକ ଅଷ୍ଟ୍ରେଲିଆର ଆହ୍ବାନପୂର୍ଣ୍ଣ ଗସ୍ତରେ ମୁସ୍କିଲରେ ଥିବା ଭାରତୀୟ ଦଳକୁ ବଡ ଆଶ୍ବସ୍ତି ଦେଇଛି । ସେ ବର୍ଡର-ଗାଭାସ୍କର ଟ୍ରଫି ନେଇ ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି ।

ଆହତ ସମସ୍ୟାରୁ ମୁକୁଳି ବର୍ଷେ ପରେ ଫୁଲ ଫର୍ମରେ ନଜର ଆସିଛନ୍ତି ମହମ୍ମଦ ସାମି । ରଣଜୀ ଟ୍ରଫି ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୧୯ ଓଭର ବୋଲିଂ କରି ମେଡେନ ସହ ୫୪ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଛନ୍ତି ମହମ୍ମଦ ସାମି । ମଧ୍ୟପ୍ରଦେଶର ଅଧିନାୟକ ଶୁଭମ ଶର୍ମା, ଅଲରାଉଣ୍ଡର ସାରାଂଶଙ୍କ ବ୍ୟତୀତ ଦୁଇ ନିମ୍ନକ୍ରମର ବ୍ୟାଟରଙ୍କୁ ଆଉଟ କରିଥିଲେ । ୩ ଜଣଙ୍କ କ୍ଲିନ ବୋଲ୍ଡ କରିଥିଲେ । ସାମିଙ୍କର ଏହି କମବ୍ୟାକ ଭାରତୀୟ ଦଳ ପାଇଁ ଭଲ ଖବର । ଚୟନକର୍ତ୍ତା ସାମିଙ୍କ ଉପରେ ନଜର ରଖିବେ ବୋଲି ଆଲୋଚନା ହେଉଛି ।

ରଣଜୀ ମ୍ୟାଚ ଶେଷ ଯାଏଁ ଦେଖିବାକୁ ପଡିବ କି ସାମି ସମ୍ପୂର୍ଣ୍ଣ ଫିଟ ଅଛନ୍ତି ନା ନାହିଁ । ଯଦି ସେ ସବ ମାନଦଣ୍ଡ ପୂରଣ କରନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ମହମ୍ମଦ ସାମି ଭାରତୀୟ ଦଳରେ ସାମିଲ ହୋଇଯିବେ । ନଭେମ୍ବର ୧୬ରେ ରଣଜୀ ମ୍ୟାଚ ଶେଷ ହେବ । ଯଦି ସାମି ଜଲଦୀ ଅଷ୍ଟ୍ରେଲିଆରେ ପହଞ୍ଚି ଯାଆନ୍ତି ତେବେ ପ୍ରେସିଡେଣ୍ଟ ଏକାଦଶ ବିପକ୍ଷରେ ଦୁଇ ଦିନିଆ ଦିବାରାତ୍ର ଅଭ୍ୟାସ ମ୍ୟାଚ ଖେଳିବାର ସୁଯୋଗ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.