ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୬ ତାରିଖରୁ ଆଫଗାନିସ୍ତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ତେବେ ଏହି ମ୍ୟାଚ ପାଇଁ ଦଳରେ ସୁଯୋଗ ପାଇଥିବା ଦ୍ରତୁ ବୋଲର ମହମ୍ମଦ ସିରାଜ ବାଦ୍ ପଡ଼ିବାର ସମ୍ଭାବନା ଅଧିକ ରହିଛି । ଚଳିତ ଆଇପିଏଲର ଫାଇନାଲ ମୁକାବିଲା ସମୟରେ ଆହତ ହୋଇଥିଲେ ସିରାଜ । ତାଙ୍କର ଡାହା କାନ୍ଧରେ ଆଘାତ ଲାଗିଥିଲା । ଯଦିଓ କଷ୍ଟର ସହ ଫାଇନାଲ ମୁକାବିଲାରେ ବୋଲିଂ କରିଥିଲେ । ମାତ୍ର ନ୍ୟୁ ଚଣ୍ଡିଗଣ୍ଡରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ସେ ଖେଳିବାର ସମ୍ଭାବନା ବହୁତ କମ୍ ରହିଛି ।
ମ୍ୟାଚ୍ ପୂର୍ବରୁ ଏହି ଡାହାଣ ହାତୀ ବ୍ୟାଟ୍ସମ୍ୟାନଙ୍କ ଏକ ପରୀକ୍ଷା କରାଯିବ । ଏହି ଫିଟନେସ ଟେଷ୍ଟରେ ପାସ୍ କରିବା ପରେ ଦଳରେ ଖେଳିବାର ସୁଯୋଗ ପାଇବେ । ସିରାଜଙ୍କ ବଦଳରେ ଦଳରେ ଗୁରନୁର ବ୍ରାରଙ୍କୁ ଖେଳିବାର ସୁଯୋଗ ଦିଆଯିବାର ସମ୍ଭାବନା ଅଧିକ ରହିଛି । ତେବେ ଏହି ମ୍ୟାଚରେ ବ୍ରାର ଡେବ୍ୟୁ କରି ପାରନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ଟି ଇଣ୍ଡିଆରେ ତାଙ୍କୁ ସୁଯୋଗ ମିଳିଛି ।
ଗୁରନୁର ବ୍ରାର ଜଣେ ଦକ୍ଷ ବୋଲର । ସେ ପୂର୍ବରୁ ନିଜର ଦକ୍ଷତା ଘରୋଇ କ୍ରିକେଟରେ ଦେଖାଇ ସାରିଛନ୍ତି । ସେ ପଞ୍ଜାବ ପକ୍ଷରୁ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୫୨ ଓ୍ବିକେଟ ଅକ୍ତିଆର କରିଛନ୍ତି । ଥରେ ୫ ଓ୍ବିକେଟ ନେବା ସହ ତିନଥର ୪ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ରଣଜିରେ ୨ଟି ମ୍ୟାଚ ଖେଳିଥିବାବେଳେ ୪ ଓ୍ବିକେଟ୍ ନେଇଛନ୍ତି । ଲମ୍ବା ବୋଲର ହୋଇଥିବାବେଳେ ବଡ଼ ବଡ଼ ବାଉନ୍ସର ମାରି ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇଥାନ୍ତି ।
ସେପଟେ ସିରାଜ ଯଦି ବାଦ୍ ପଡ଼ନ୍ତି ତାହେଲେ ତାଙ୍କ ସ୍ଥାନରେ ଜମ୍ମୁ କାଶ୍ମୀର ଯୁବ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଏ । ଗତ ରଣଜି ଟ୍ରଫିରେ ସେ ୬୦ ଓ୍ବିକେଟ ଅକ୍ତିଆର କରିଥିଲେ । ମାତ୍ର ଆଫଗାନିସ୍ତାନ ବିପକ୍ଷ ସିରଜରେ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ଯାହାକୁ ନେଇ ସମାଲୋଚନା କରାଯାଇଥିଲା । ପରେ ରିଜର୍ଭ ଖେଳାଳିଭାବେ ସାମିଲ କରାଯାଇଥିଲା । ଆଉ ଏବେ ଯଦି ସିରାଜ ଟେଷ୍ଟ ସିରିଜରୁ ବାଦ୍ ପଡ଼ିବେ ତାହେଲେ ଆକିବ ଦଳରେ ସାମିଲ ହେବେ । ମାତ୍ର ଖେଳିବେ କି ନାହିଁ ତାହା ଅନିଶ୍ଚିତତାରେ ରହିଛି ।
ଏହାସହ ପଢ଼ନ୍ତୁ : ଗାଁରେ ପହଁଞ୍ଚିବା ମାତ୍ରେ ବୈଭବଙ୍କୁ ଦେଖିବାକୁ ପ୍ରବଳ ଭିଡ, ଘର ବାହାରେ ଫ୍ୟାନ୍ ଏବଂ ୟୁଟ୍ୟୁବରଙ୍କ ଗହଳି