ନୂଆଦିଲ୍ଲୀ,୧୧/୧୧: ତୃତୀୟ ବିଶ୍ବଯୁଦ୍ଧ ନେଇ ଆଶଙ୍କା ଦେଖା ଦେଇଛି । କାରଣ ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । ରାଷ୍ଟ୍ରୀୟ ସ୍ବୟସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଋଷ ୟୁକ୍ରେନ ଏବଂ ଇସ୍ରାଇଲ-ହମାସ ଯୁଦ୍ଧକୁ ନେଇ ମଧ୍ୟପ୍ରଦେଶ ମହାକାଳ ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ କିଛି ଏମିତି କହିଛନ୍ତି ।
ମୋହନ ଭଗବତ କହିଛନ୍ତି, ଆମ ସମସ୍ତଙ୍କ ଉପରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ଦେଖା ଦେଇଛି । ୟୁକ୍ରେନରୁ ଏହି ଯୁଦ୍ଧ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି । ବିଜ୍ଞାନ ପ୍ରଗତି କରିଛି । ମାତ୍ର ଏହାର ଲାଭ ଦେଶର ଗରିବଙ୍କ ପାଖରେ ପହଞ୍ଚିନାହିଁ । ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । କିଛି ରୋଗର ଔଷଧ ଗ୍ରାମୀଣ ଅଞ୍ଚଳରେ ମିଳୁ ନାହିଁ କିନ୍ତୁ ସେଠାର ଦେଶୀ ବନ୍ଧୁକ ପହଞ୍ଚିଯାଉଛି ।
ସେ ଆହୁରି କହିଛନ୍ତି, ମାନବ ସମାଜର ସେବା ସନାତନ ଧର୍ମ । ଯାହା ହିନ୍ଦୁ ଧର୍ମର ପର୍ୟ୍ୟାୟ । ହିନ୍ଦୁତ୍ବ ଦୁନିଆକୁ ରାସ୍ତା ଦେଖାଉଛି । ହିନ୍ଦୁ ଶଦ୍ଦ ଧର୍ମଗ୍ରନ୍ଥରେ ପୂର୍ବରୁ ରହିଛି । ଯାହାକୁ ପ୍ରଥମ ଥର ଗୁରୁ ନାନକ ଦେବ ସାର୍ବଜନୀନ ପ୍ରବଚନରେ ପ୍ରକାଶ କରିଥିଲେ ।