ମୁମ୍ୱାଇ,୩୦/୦୪: 'ଦୃଶ୍ୟମ ୩' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ମୋହନଲାଲ । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ଦୃଶ୍ୟମ ଫ୍ରାଞ୍ଚାଇଜର ତୃତୀୟ କିସ୍ତିର ଟିଜର ଏପ୍ରିଲ ୨୯ରେ ରିଲିଜ୍ ହୋଇଥିବା ବେଳେ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି।
ବୁଧବାର ଦିନ ନିର୍ମାତା "ଦୃଶ୍ୟମ ୩" ର ଟିଜର ସହିତ ଏକ ନୂଆ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନ ଦିଆଯାଇଛି, "ଦୃଶ୍ୟମ ୩ ଅଫିସିଆଲ୍ ଟିଜର ରିଲିଜ୍ ହୋଇଛି ।ଏହା ମେ ୨୧, ୨୦୨୬ ରେ ରିଲିଜ ହେବ ।" ୧ ମିନିଟ୍ ୫୦ ସେକେଣ୍ଡର ଟିଜରଟି ମୋହନଲାଲଙ୍କ ଭଏସ୍ ଓଭର ସହ ଆରମ୍ଭ ହେବ, ଯେଉଁଥିରେ ତାଙ୍କ ପରିବାର ସହ ଏକ ସରଳ ଜୀବନଯାପନ କରିବା ବିଷୟରେ କଥାବାର୍ତ୍ତା କରାଯାଏ; ତା'ପରେ ଜଣେ ଅନିମନ୍ତ୍ରିତ ଅତିଥି ଆସି ସେମାନଙ୍କୁ ଧ୍ୱଂସ କରିବାର ଶକ୍ତି ରଖନ୍ତି । ଏହା ପରେ ଜର୍ଜକୁଟ୍ଟି ତାଙ୍କ ଜୀବନର କଷ୍ଟକୁ ପ୍ରତିଫଳିତ କରନ୍ତି ଏବଂ ତାଙ୍କ ପରିବାରକୁ ରକ୍ଷା କରିବା ପାଇଁ ତାଙ୍କ କାର୍ଯ୍ୟକୁ ସ୍ୱୀକାର କରନ୍ତି । ଏଥିରେ ଜର୍ଜକୁଟ୍ଟିଙ୍କ ପରିବାରର ଝଲକ ମଧ୍ୟ ଦେଖାଯାଇଛି, ଯେଉଁଥିରେ ତାଙ୍କ ସ୍ତ୍ରୀ ଏବଂ ଝିଅମାନେ ମଧ୍ୟ ସାମିଲ ଅଛନ୍ତି ।
ଆହୁରି ପଢନ୍ତୁ- ପୁଣି ବାତିଲ ହେଲା ‘ଟକ୍ସିକ୍’ ର ରିଲିଜ୍ ତାରିଖ , ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ୟଶ୍
ମୋହନଲାଲଙ୍କ ବ୍ୟତୀତ, ଫିଲ୍ମରେ ମୀନା, ଅନସୀବା ହାସନ, ଏସ୍ଥର ଅନିଲ, ଆଶା ଶରତ, ସିଦ୍ଦିକ, ମୁରଲୀ ଗୋପୀ, ସାଇକୁମାର ଏବଂ କେ.ବି. ଗଣେଶ କୁମାର ଅଭିନୟ କରିଛନ୍ତି । ସେମାନେ ସମସ୍ତେ ପୂର୍ବ ଫିଲ୍ମରୁ ସେମାନଙ୍କର ଭୂମିକାକୁ ପୁନର୍ବାର ପ୍ରଦର୍ଶନ କରିବେ । ତେବେ ମାଲାୟଲମ ଫିଲ୍ମ 'ଦୃଶ୍ୟମ ୩' ମେ ୨୧ରେ ରିଲିଜ ହେବ ।