​​​​​​​ଭୁବନେଶ୍ୱର, ୪।୧: ନୂଆ ଆଞ୍ଚଳିକ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲେ ମହମ୍ମଦ ମୋକିମ୍ । ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବ । ଦଳରେ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଅବକାରୀ ରାଜସ୍ୱ ଖଣି ବିଭାଗରୁ ଭରଣା କରିପାରିବ । ନୂଆ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ । ଲୋକଙ୍କୁ ରୋଜଗାରରକ୍ଷମ କରିବାକୁ ଯୋଜନା ହେବ । ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ । ରାଜ୍ୟରେ ଏବେ ରାଜନୈତିକ ଶୂନ୍ୟସ୍ଥାନ ରହିଛି । ଶାସନକୁ ଆସିବା ପରେ ବିଜେପି ସୁଶାସନ ଦେବାରେ ବିଫଳ ହୋଇଛି । ଲୋକେ ବିଜେଡି ଓ କଂଗ୍ରେସକୁ ପରୀକ୍ଷା କରିସାରିଛନ୍ତି ବୋଲି ମୋକିମ୍ କହିଛନ୍ତି ।