ଭୁବନେଶ୍ବର, ୧୮।୧୨ : ଏ ଆଇସିସିର କିଛି ବରିଷ୍ଠ ନେତା ତାଙ୍କ ସହ ଯୋଗାଯୋଗ କରିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ମହମ୍ମଦ ମୋକିମ କହିଛନ୍ତି। ତେବେ ଏଆଇସିସିକୁ ସେ ଯେଉଁ ଚିଠି ଲେଖିଥିଲେ ତାର ପ୍ରଭାବ ନିଶ୍ଚୟ ପଡିବ । ଚିଠି ମାଧ୍ୟମରେ ଅନେକ ଅକୁହା କଥା କୁହା ହୋଇଛି, କଂଗ୍ରେସରେ ନିଶ୍ଚିତ ସୁଧାର ଆସିବ ବୋଲି କହିଛନ୍ତି ମୋକିମ ।
ତେବେ ପିସିସି ସଭାପତିଙ୍କ ଉଦ୍ଦେଶ୍ୟରେ କିଛି କହିବିନି। କିନ୍ତୁ ମୁଁ କଂଗ୍ରେସ ବିଚାର ସହିତ ଅଛି। ମୁଁ ରାଜନୀତି କରିବି ଏବଂ ୩ ଚାରି ଦିନ ଭିତରେ ଓଡିଶା ବୁଲିବି । ତେବେ ପାଣିପାଗ ଦେଖି ଆଗାମୀ ନିଷ୍ପତ୍ତି ନେବି ବୋଲି କହିଛନ୍ତି ମୋକିମ
ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।