ବାରିପଦା,୨୬/୧୦: ପ୍ରଥମେ ମୁମ୍ବାଇରୁ କୋଲକାତା ଏବଂ ପରେ କୋଲକାତାରୁ ବାରିପଦା ଆସୁଥିଲା ସୁନା ଅଳଙ୍କାର । କାଗଜପତ୍ର ଠାରୁ ଅଧିକ ସୁନା ଆସୁଥିବାର ସନ୍ଦେହ କରି ମାଡ଼ି ବସିଲା ବାରିପଦା ଜି.ଏସ.ଟି ଟିମ୍ । ଜବତ ହେଲା ୧୫ କେଜିରୁ ଅଧିକ ସୁନା ଅଳଙ୍କାର । ଏହି ଘଟଣାରେ ବ୍ୟବହୃତ ଲଜିଷ୍ଟିକ୍‌ ଗାଡ଼ି ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନାନୁଯାୟୀ, ପ୍ରଥମେ ମୁମ୍ବାଇରୁ କୋଲକାତା ଏବଂ ପରେ କୋଲକାତାରୁ ବାରିପଦା ଆସୁଥିଲା  ବିପୁଳ ପରିମାଣର  ସୁନା ଅଳଙ୍କାର । ବାରିପଦା ଏବଂ ବାଲେଶ୍ଵରର ବିଭିନ୍ନ ସୁନା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର । ତେବେ କାଗଜପତ୍ର ଠାରୁ ଅଧିକ ସୁନା ଆସୁଥିବା ନେଇ ସନ୍ଦେହ କରିଥିଲା ବାରିପଦା ଜି.ଏସ.ଟି ଟିମ୍ । ସନ୍ଦେହ କରି ଯାଞ୍ଚ କରିଥିଲା । ଏହି ଯାଞ୍ଚ ପରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ କରିଛି ବାରିପଦା ଜି.ଏସ.ଟି ଟିମ୍ । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ଲଜିଷ୍ଟିକ୍‌ ଗାଡ଼ି ଜବତ ହେବା ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏନେଇ ବାରିପଦା ଡେପୁଟି କମିଶନର ସୂଚନା ଦେଇଛନ୍ତି ।