ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବାରିପଦାରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ, ୩ ଅଟକ

Published By : Harapriya Sethi | October 26, 2024 8:50 AM

ବାରିପଦା,୨୬/୧୦: ପ୍ରଥମେ ମୁମ୍ବାଇରୁ କୋଲକାତା ଏବଂ ପରେ କୋଲକାତାରୁ ବାରିପଦା ଆସୁଥିଲା ସୁନା ଅଳଙ୍କାର । କାଗଜପତ୍ର ଠାରୁ ଅଧିକ ସୁନା ଆସୁଥିବାର ସନ୍ଦେହ କରି ମାଡ଼ି ବସିଲା ବାରିପଦା ଜି.ଏସ.ଟି ଟିମ୍ । ଜବତ ହେଲା ୧୫ କେଜିରୁ ଅଧିକ ସୁନା ଅଳଙ୍କାର । ଏହି ଘଟଣାରେ ବ୍ୟବହୃତ ଲଜିଷ୍ଟିକ୍‌ ଗାଡ଼ି ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନାନୁଯାୟୀ, ପ୍ରଥମେ ମୁମ୍ବାଇରୁ କୋଲକାତା ଏବଂ ପରେ କୋଲକାତାରୁ ବାରିପଦା ଆସୁଥିଲା  ବିପୁଳ ପରିମାଣର  ସୁନା ଅଳଙ୍କାର । ବାରିପଦା ଏବଂ ବାଲେଶ୍ଵରର ବିଭିନ୍ନ ସୁନା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର । ତେବେ କାଗଜପତ୍ର ଠାରୁ ଅଧିକ ସୁନା ଆସୁଥିବା ନେଇ ସନ୍ଦେହ କରିଥିଲା ବାରିପଦା ଜି.ଏସ.ଟି ଟିମ୍ । ସନ୍ଦେହ କରି ଯାଞ୍ଚ କରିଥିଲା । ଏହି ଯାଞ୍ଚ ପରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ କରିଛି ବାରିପଦା ଜି.ଏସ.ଟି ଟିମ୍ । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ଲଜିଷ୍ଟିକ୍‌ ଗାଡ଼ି ଜବତ ହେବା ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏନେଇ ବାରିପଦା ଡେପୁଟି କମିଶନର ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.