ନୂଆଦିଲ୍ଲୀ,୦୭/୦୨: ଦେଶର ପୁଞ୍ଜି ବଜାର ଉର୍ଦ୍ଧ୍ବଗାମୀ ଧାରା ଜାରି ରଖିଛି । ବଜାର ପୁଣି ଥରେ ନୂଆ ରେଟିଂ ଲାଭ କରିବ । ଉନ୍ନତ ସ୍ଥିତି ରହିଲେ ୨୦୨୬ ଶେଷ ସୁଦ୍ଧା ସେନ୍ସେକ୍ସ ୧,୦୭,୦୦୦ ପଏଣ୍ଟ ଛୁଇଁବ ବୋଲି ମୋର୍ଗାନ ଷ୍ଟାନଲି ଆକଳନ କରିଛି । ଆର୍ବିଆଇ ସୁଧହାର ହ୍ରାସ ସହ ଦରଦାମ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଛି । ବ୍ୟାଙ୍କ୍ ନିୟମ ସୁଗମ ହେବା, ନଗଦ ପୁଞ୍ଜି ପ୍ରବାହ, ସରକାରଙ୍କ ପୁଞ୍ଜି ଖର୍ଚ୍ଚରେ ବୃଦ୍ଧି, ଟିକସ ହ୍ରାସ ଭଳି ପଦକ୍ଷେପ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ମୋର୍ଗାନ ଷ୍ଟାନଲିର ଇକ୍ୱିଟି ଷ୍ଟ୍ରାଟେଜିଷ୍ଟ ରିଧମ୍ ଦେଶାଇ ଏବଂ ନିୟାନ୍ତ ପାରେଖ କହିଛନ୍ତି ।
ଆହୁରି ପଢ଼ନ୍ତୁ :- ଏବେ ମଣିଷ ନୁହେଁ AI ହେବେ ଅଫିସ୍ ସହକର୍ମୀ ! ଚାଞ୍ଚଲ୍ୟ ସୃଷ୍ଟି କରିଛି ମସ୍କଙ୍କ 'ହ୍ୟୁମାନ୍ ଏମୁଲେଟର'
ଆଗାମୀ ମାସ ଗୁଡ଼ିକରେ ବଜାରରେ ଆୟ ଅଭିବୃଦ୍ଧି ଆଶାରହିଛି । ସେହିଭଳି ଚୀନ ସହ ସମ୍ପର୍କ ଏବଂ ବାଣିଜ୍ୟ ଚୁକ୍ତି ଯୋଗୁ ଦେଶ ଉପରେ ଭଲ ପ୍ରଭାବ ପଡିବ । ଆଗାମୀ ଦିନ ଗୁଡ଼ିକରେ ପୁଞ୍ଜି ଥରେ ବିଦେଶୀ ନିବେଶକଙ୍କ ଆଗମନ ବଢ଼ିବା ଆଶା ରହିଛି । ବଜାରର ଉନ୍ନତି ଲାଗି ୪ ପ୍ରମୁଖ ଦିଗ କାର୍ଯ୍ୟ କରିବ । ଏହା ମଧ୍ୟରେ କମ୍ପାନି ଗୁଡ଼ିକର ଆୟରେ ଉନ୍ନତି, କେନ୍ଦ୍ରୀୟ ବ୍ୟାଙ୍କର ନୀତିଗତ ପଦକ୍ଷେପ ଯୋଗୁ ନଗଦ ଏବଂ ଋଣ ଅଭିବୃଦ୍ଧି, ଘରୋଇକରଣ, ଏଫ୍ପିଆଇଙ୍କ ପ୍ରତ୍ୟାବର୍ତ୍ତନ ସାମିଲ ରହିଛି । ବେସ୍କେସ୍ କ୍ଷେତ୍ରରେ ବଜାର ୯୫ ହଜାର ପଏଣ୍ଟ ଯାଏ ଯାଇପାରେ । ଶୁକ୍ରବାର ସେନସେକ୍ସ ୨୬୬.୫ ପଏଣ୍ଟ ବୃଦ୍ଧି ହୋଇ ୮୩,୫୮୦ ସ୍ତରରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟି ୫୧ ପଏଣ୍ଟ ବଢ଼ି ୨୫,୬୯୩.୭୦ ପଏଣ୍ଟରେ ବନ୍ଦ ହୋଇଛି।