ଭୁବନେଶ୍ବର,୨୦। ୩ : ଖରାକୁ ଦୃଷ୍ଟିରେ ରଖି  କାଲିଠୁ ସକାଳୁଆ ସ୍କୁଲ  ଆରମ୍ଭ । ସକାଳ ସାଢେ ୬ଟାରେ ସ୍କୁଲ ଆରମ୍ଭ ହେବ। ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ  ଗଣଶିକ୍ଷା ସଚିବ  ଚିଠି ଲେଖିଛନ୍ତି।

ହିଟ ଓ୍ବେଭକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ରାଜ୍ୟରେ ସକାଳୁଆା ସ୍କୁଲ ପାଇଁ ନିଷ୍ପତ୍ତି ନେଇଛି। ସକାଳ ୬ଟା ୩୦ରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ବନ୍ଦ ହେବ। ସମସ୍ତ ସରକାରୀ, ଘରୋଇ ସ୍କୁଲ ପାଇଁ ଏହା ଲାଗୁ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ନିର୍ଦେଶ ଲାଗୁ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ସ୍କୁଲରେ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ କୁହାଯାଇଛି ।  ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନାଯୋଗ୍ୟ ଯେ ଖରାକୁ ଦୃଷ୍ଟିରେ ରଖି ପୂର୍ବରୁ ସରକାର  ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ସମୟ ପରିବର୍ତ୍ତନ କରାଯାଇଛି ।  ସକାଳ ୭ଟା ରୁ ୯ଟା ମଧ୍ୟରେ   ଅଙ୍ଗନବାଡି କେନ୍ଦ୍ର ଖୋଲିବା  ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।   ଖରା ଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନ ୧୧ଟା ରୁ ୫ଟା   ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅଘୋଷିତ ବିଦ୍ୟୁତ କାଟ୍‌ ଯେପରି ନ ହୁଏ,  ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ।