ମାଲକାନଗିରି, ୪।୨: ମାଲକାନଗିରି ସିମାନ୍ତ ଛତିଶଗଡ଼ ରାଜ୍ୟ କାଙ୍ଗେର ଘାଟ ମାଓ କମାଣ୍ଡର ମୋଷ୍ଟ ୱାଣ୍ଟେଡ ମାଓନେତା ସୁଖରାମ ମାରକମ(ସୁରେଶ) । ଯାହା ମୁଣ୍ଡ ଉପରେ ୨୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୁଖରାମ ଏସଏଲଆର ବନ୍ଧୁକ ଓ ଗୋଳାବାରୁଦ ସହ ମାଲକାନଗିରି ଏସପି ବିନୋଦ ପାଟିଲ ଏଚଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛି ।
ଏ ସମ୍ପର୍କରେ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏଏସପି ରାଜ କିଶୋର ଦାଶ, ଏଏସପି ରଶ୍ମିରଞ୍ଜନ ସେନାପତି ଉପସ୍ଥିତ ଥିଲେ । ଆତ୍ମସମର୍ପଣ ସମୟରେ ସେ ହିଂସାକୁ ଛାଡ଼ିଥିବା ଏବଂ ଚରମବାଦୀ କାର୍ଯ୍ୟକଳାପର ସହ ସମ୍ପୃକ୍ତି ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଥିବା କହିଥିଲା । ଏଥିସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଶା ବ୍ୟକ୍ତ କରିଥିଲା ।
ଆହୁରି ପଢ଼ନ୍ତୁ... ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର; ବହୁ ବିଶେଷଜ୍ଞ ଡାକ୍ତର ଓ ଫାର୍ମାସିଷ୍ଟ ପଦବି ଖାଲି,ଜାଗା ଅଭାବରୁ ନିର୍ମାଣ ହୋଇପାରୁନି ସର୍ଜିକାଲ ୱାର୍ଡ