ପାପଡାହାଣ୍ଡି, ୧୨।୮ (ଆପ୍ର) : ସୁଭଦ୍ରା ଟଙ୍କା ଉଠାଇବାକୁ ଆସି ମା’–ପୁଅ ନିଖୋଜ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ପାଳପୁର ନୁଆଁଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ନେଇ  ମହିଳାଙ୍କ ବାପା ଗୁରୁବାରୁ ଗୌଡ଼ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। 

ପାଳପୁର ନୁଆଁଗୁଡା ଗ୍ରାମର ଇନ୍ଦ୍ର ଗୌଡ଼ଙ୍କ ପତ୍ନୀ ଡମୁଣି ଗୌଡ଼ଙ୍କୁ ଗତ ୯ ତାରିଖରେ ସୁଭଦ୍ରା ଟଙ୍କା ଜମା ହୋଇଥିଲା। ଗତ ୧୧ ତାରିଖରେ ଡମୁଣି ନିଜ ୫ ମାସର ଶିଶୁପୁତ୍ରକୁ ଧରି ଟଙ୍କା ଉଠାଣ ପାଇ ପାପଡାହାଣ୍ଡି ଗ୍ରାମ ଆସିଥିଲେ । ଡମୁଣି ଗୌଡ଼ ଓ ଶିଶୁ ଏହା ପରେ ଘରକୁ ଫେରି ନଥିଲେ। 

ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରି ପାଇନଥିଲେ । ଏ ନେଇ ଡମୁଣିଙ୍କ ପିତା ଗୁରୁବାରୁ ଗୌଡ଼ ପାପଡାହାଣ୍ଡି ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଗତ ୧୫ ଦିନ ତଳେ  ଡମୁଣିଙ୍କ ସ୍ୱାମୀ ଇନ୍ଧ୍ର ଗୌଡ଼ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଛନ୍ତି ।