ଆନନ୍ଦପୁର,୧୩।୧ : ବାଇକ୍ ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ପଡିଥିବା ମା-ପୁଅ ଙ୍କ ଉପରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ମା’ର ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛି। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଖଲଣା ଛକ ନିକଟରେ । ମୃତକ ଜଣକ ହେଲେ ଯାଜପୁର ଜଲ୍ଲା ପାଣିକୋଇଲି ଥାନା ବର୍ତ୍ତମଣା ଗାଁ ଝରଣା ସାହୁ ।
ଝରଣା ନିଜ ପୁଅ ଅବିନାଶ ସହ ବାଇକ୍ ଯୋଗେ ଘଟଗାଁ ମା’ ତାରିଣୀ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେଖଲଣା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇ ତଳେ ପଡିଥିବା ବେଳେ ଅବିନାଶ ଓ ଝରଣାଙ୍କ ଉପରେ ଟ୍ରକ ମାଡି ଯାଇଥିଲା। ଘଟଣାସ୍ଥଳରେ ଝରଣାଙ୍କ ମୃତ୍ୟୁ ହୋଇଥିଲା। ଅବିନାଶ ଗୁରୁତର ହୋଇଥିଲେ। ଅବନାଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟିକୁ ରାମଚନ୍ଦ୍ରପୁର ପୋଲିସ୍ ଅଟକରଖି ତଦନ୍ତ ଚଳାଇଛି ।