ଚନ୍ଦାହାଣ୍ଡି,୫/୩ :   ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସାଂସଦ ପ୍ରତିନିଧି ବସନ୍ତ ମାଝିଙ୍କୁ ସାଂସଦ ପ୍ରତିନିଧି ଦାୟିତ୍ୱ   ପ୍ରତ୍ୟାହାର କରି ନେଇ ଥିବା ନେଇ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝି ସୂଚନା ଦେଇଛନ୍ତି l ସାଂସଦଙ୍କ ପତ୍ର ସଂଖ୍ୟା ୧୨୦/୩୫ତାରିଖ ୪/୩/୨୫ରେ ଏକ ପତ୍ର ଚନ୍ଦାହାଣ୍ଡି ବିଡିଓ ମଧୁସୂଦନ ମାଝିଙ୍କୁ ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି l 

ଯେଉଁଥିରେ ସାଂସଦଙ୍କ ସ୍ଥାନରେ ବସନ୍ତ ମାଝି ବ୍ଲକ ସମିତି ବୈଠକଠାରୁ ଆରମ୍ଭ କରି କୌଣସି ସରକାରୀ କାର୍ଯ୍ୟରେ ତାଙ୍କ ବଦଳରେ ଭାଗ ନେଇ ପାରିବେ ବୋଲି ଉଲ୍ଲେଖ ରହିଛି l  ଏ ସମ୍ପର୍କରେ ସାଂସଦ ପ୍ରତିନିଧି  ବସନ୍ତ  ମାଝିଙ୍କୁ ପଚାରିବାରୁ   ସେ   ସ୍ୱଇଚ୍ଛାରେ ନିଜର ବ୍ୟକ୍ତି ଗତ ସମସ୍ୟା  ଯୋଗୁଁ   ସାଂସଦ ପ୍ରତିନିଧି  ପଦବୀରୁ ଇସ୍ତଫା ଦେଇ ଥିବା ନେଇ ତାଙ୍କ  ପ୍ରତକ୍ରିୟାରେ ପ୍ରକାଶ  କରିଛନ୍ତି l  କିନ୍ତୁ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି l   

ବସନ୍ତଙ୍କ ସ୍ଥାନରେ ସାଂସଦ ପ୍ରତିନିଧି ଭାବରେ କାହାକୁ ଦାୟିତ୍ୱ ଦେବେ କି ନାହିଁ ସେ ସମ୍ପର୍କରେ ସାଂସଦ ବଲଭଦ୍ର ମାଝିଙ୍କୁ ପଚାରିବାରୁ  ବର୍ତ୍ତମାନ ସୁଧା ନିଷ୍ପତ୍ତି  ନେଇ ନାହାନ୍ତି   ବୋଲି ସେ ପ୍ରକାଶ କରିଛନ୍ତି l  ପ୍ରକାଶ ଯେ, ଗତ ୨୭ ତାରିଖ ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରାଙ୍କ ପ୍ରତିନିଧି ପ୍ରତାପ ବାଘଙ୍କୁ ଠିକା କାମକୁ କେନ୍ଦ୍ର କରି ସାଂସଦ ପ୍ରତିନିଧି ବସନ୍ତ ମାଝି ଏବଂ ବିଜେପି କର୍ମୀମାନେ ମାଡ଼ ମାରିବା ସହ ଚପଲରେ ପିଟିଥିଲେ l ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନାଗରିକ ମଞ୍ଚ ଏବଂ ଗଣ୍ଡା ସମାଜ  ସାଂସଦ ବଳଭଦ୍ର ମାଝିଙ୍କ କୁଶ ପୁତୁଳିକା ଦାହ କରି ଥିଲେ l