ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସହକାରୀ ଯନ୍ତ୍ରୀଙ୍କୁ ସାଂସଦ ପ୍ରତିନିଧିଙ୍କ ଦୁର୍ବ୍ୟବହାର ଅଭିଯୋଗ, ଆନନ୍ଦପୁର ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

Published By : Rasmita Pradhan | April 29, 2025 10:10 AM

ଆନନ୍ଦପୁର, ୨୯/୦୪ : ମୋଚିନ୍ଦା ପଞ୍ଚାୟତରେ ସାଂସଦଙ୍କ ଅନୁଦାନ ପାଣ୍ଠିର ନିର୍ମାଣ କାର୍ଯ୍ୟକୁ ନେଇ ମହିଳା ସହକାରୀ ଯନ୍ତ୍ରୀ ଅର୍ଣ୍ଣପୂନ୍ନା ଘଡେଇଙ୍କୁ ଦୁର୍ବ୍ୟବହାର ଘଟଣା। ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ।

ସୂଚନାନୁଯାୟୀ, ସୋମବାର ସକାଳେ ମହିଳା ସହକାରୀ ଯନ୍ତ୍ରୀ ନିଜ ସରକାରୀ ବସଭବନରେ ଥିବା ସମୟରେ ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଓ଼ ତାଙ୍କର ୪୦ ରୁ ୫୦ ସମର୍ଥକ ମହିଳା କନିଷ୍ଟ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚି ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ଏନେଇ ସାଂସଦ ପ୍ରତିନିଧିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ମଙ୍ଗଳବାର ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ସମସ୍ତ ଯନ୍ତ୍ରୀ ଓ଼ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯେପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇଛି ସେପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.