ମୁମ୍ବାଇ, ୨୬/୪ : କ୍ରିକେଟ ଦୁନିଆରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗ୍ସର ଭେଟରାନ କ୍ରିକେଟର ଏମଏସ ଧୋନୀ ଆହତରୁ ଆରାମ ହୋଇ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଟିମ୍ ସନ୍ତୁଳନ ତାଙ୍କ କାରଣରୁ ପ୍ରଭାବିତ ହୋଇନାହିଁ। ଏଥିଲାଗି ସେ ଜାଣିଶୁଣି ଫେରୁନାହାନ୍ତି । ରିପୋର୍ଟରେ କୁହାଯାଇଛି ଯେ ମାହି ଚାହୁଁ ନାହାନ୍ତି କି ତାଙ୍କ କାରଣରୁ କୌଣସି ଯୁବ ଖେଳାଳୀଙ୍କୁ ନିଜ ସ୍ଥାନ ଛାଡ଼ିବାକୁ ପଡ଼ୁ । ସିଏସକେର ବର୍ତ୍ତମାନ ସନ୍ତୁଳନ ଟିମ୍ ଲାଗି ସୁଫଳ ହେଉଛି । ଏହା ମୁଖ୍ୟ କାରଣ ଅଟେ କି ସେ ଏହା ସହ ସେ କୌଣସି ପ୍ରକାରର ହେରଫେର କରିବାକୁ ଚାହୁଁ ନାହାନ୍ତି ଏବଂ ଫେରିବାକୁ ଚାହୁଁ ନାହାନ୍ତି ।

ଆଇପିଏଲ୍ ୨୦୨୬ର ୩୭ତମ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟନ୍ସକୁ ଭେଟିବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଚେନ୍ନାଇର ମୁଖ୍ୟ କୋଚ୍ ଷ୍ଟିଫେନ ଫ୍ଲେମିଂଙ୍କୁ ଯେତେବେଳେ ଧୋନୀଙ୍କ ଫେରିବା ନେଇ ପ୍ରଶ୍ନ କରାଗଲା ତ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ । ସେ କହିଥିଲେ କି ଧୋନୀ ରିକଭରିର ଦିଶାରେ ଆଗକୁ ବଢୁଛନ୍ତି । ମ୍ୟାନେଜମେଣ୍ଟ ତରଫରୁ ତାଙ୍କୁ ଯାହା କିଛି କରିବା ଲାଗି କୁହାଯାଉଛି ତାହା ସେ ପାଳନ କରୁଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କୋଚ୍ ମାଇକେଲ ହସି ଗୁରୁବାର ସ୍ପଷ୍ଟ କହିଥିଲେ କି ଏମଏସ ଧୋନୀ ଯେତେବେଳେ ବି ଆହତରୁ ବାହାରି ଟିମରେ ଯୋଗଦେବେ ସେ ଓ୍ବିକେଟ କିପର ହିଁ ରହିବେ । ବର୍ତ୍ତମାନ ଏହି ଦାୟିତ୍ବ ସଞ୍ଜୁ ସାମସନଙ୍କ କାନ୍ଧରେ ଅଛି । ସାମସନ ଧୋନୀଙ୍କ ଅନୁପସ୍ଥିତିରେ ଓ୍ବିକେଟକିପିଂର ଭୂମିକା ବହୁ ଭଲ ଭାବେ ନିଭାଉଛନ୍ତି ।